ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ଆଜି ମହାରାଷ୍ଟ୍ର ମହାନାଟକରେ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ଦେବା ପରେ । ମହାରାଷ୍ଟ୍ରରେ ୪ ପ୍ରମୁଖ ରାଜନୈତିକ ଦଳର ଏବେ ହୃଦସ୍ପନ୍ଦନ ବଢି ଯାଇଛି । ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ କରିବା ପାଇର୍ ନିର୍ଦେଶ ଦେବା ପରେ ଏବେ ସେଠାରେ କରବା ମର ପରିସ୍ଥିତି ଦେଖା ଦେଇଛି । ବିଜେପି ପାଇଁ ଏହା ସମ୍ନାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ଓ ଏନସିପି, ଶିବସେନା ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇ ପଡିିଛି । କାରଣ ଏବେ ସାରା ଦେଶର ନଜର ରହିଛି ମହାରାଷ୍ଟ୍ର ଉପରେ । ଏଇ ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟା ମିଳିନଥିଲା । ଯାହା ଫଳରେ ଏଠାରେ ମେଣ୍ଟ ଏକ ପ୍ରକାର ନିଶ୍ଚିନ୍ତ ହୋଇଥିଲା ।
ପ୍ରଥମେ ବିଜେପି ଓ ଶିବସେନା ଏଠାରେ ୫୦-୫୦ ରେ ସରକାର କରିବେ ବୋଲି ଜଣା ପଡିଲା । ମାତ୍ର ପରେ ଏଥିରୁ ଓହରି ଯାଇଥିଲା ବିଜେପି । ଯାହାପରେ ମହାରାଷ୍ଟ୍ରରେ କିଏ ସରକାର ଗଢିବ ତାକୁ ନେଇ ସନ୍ଦେହ ଦେଖା ଦେଇଥିଲା । ରାଜ୍ୟପାଳ ମଧ୍ୟ ବିଜେପି, ଶିବସେନା, କଂଗ୍ରେସ ଓ ଏନସିପିକୁ ସରକାର ଗଢିବା ପାଇଁ ସୁଯୋଗ ଦେଲେ । ପରେ ସମୟ ଅତିବାହିତ ହେବାରୁ ବାଧ୍ୟ ହୋଇ ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ତେବେ ଏହି ଭିତରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଲା ଏଠାରେ ଶିବସେନା,ଏନସିପି ଓ କଂଗ୍ରେସ ସମର୍ଥନରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ।
ମାତ୍ର ରାତିରେ ହୋଇଥିବା ଏହି ଆଲୋଚନାର ସକାଳେ ଦେଖାଗଲା ବିପରୀତ କଥା । ଗତ ୨୩ ତାରିଖ ସକାଳ ୮ ଟା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନସିପି ନେତା ଅଜିତ ପାୱାର । ଯାହା ପୁରା ରାଜନୀତିକୁ ସ୍ତବ୍ଧ କରିଦେଲା । ମହାରାଷ୍ଟ୍ରରେ ବିଜେପି ସରକାର ଗଢିବା ପରେ କଂଗ୍ରେସ, ଏନସିପି ଓ ଶିବସେନା ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିଥିଲେ । ବିଜେପି ପାଖରେ ସରକାର ଗଢିବା ପାଇଁ ଆବଶ୍ୟକ ବିଧାୟକ ନାହାନ୍ତି । ଏଥିପାଇଁ ଫ୍ଲୋରକୁ ଆସି ପ୍ରକୃତ ପରୀକ୍ଷା କରାଯାଉ ବୋଲି ନିବେଦନ କରିଥିଲେ ।
ଏନେଇ କୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଥିଲେ । ୨୫ ତାରିଖ ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାରେ ଆଜି ଚୂଡାନ୍ତ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ରାୟରେ କହିଛନ୍ତି ସଂସଦୀୟ ବ୍ୟାପରରେ କୋର୍ଟର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆସନ୍ତାକାଲି ପ୍ଲୋର ଟେଷ୍ଟ କରାଯିବ । ଯାହାର ସିଧା ପ୍ରସାରଣ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏଣୁ ଏବେ ମହରାଷ୍ଟ୍ରରେ ଏହି ୪ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।