ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ନୂତନ ଟ୍ୟାବ ଉପରେ କାମ କରୁଛି ସାମସଙ୍ଗ । ରିପୋର୍ଟ ମୂତାବକ, ଗାଲାକ୍ସି ଟ୍ୟାବ ଏସ୮ ଅଲ୍ଟ୍ରା ଲଞ୍ଚ କରିବାକୁ ଯୋଜନା କରୁଛି କମ୍ପାନୀ ।
ଟିପଷ୍ଟର ଆଇସ ୟୁନିଭର୍ସ ମୁତାବକ, ଏହି ଟ୍ୟାବଲେଟ ୧୨୦ ହର୍ଟଜର ରିଫ୍ରେସ ରେଟକୁ ସପୋର୍ଟ କରିବ । ଏଥିରେ ବଡ ୧୪.୬ ଇଂଚର ଓଏଲଇଡି ଡିସପ୍ଲେ ମିଳିବ । ସେହିପରି ଜିଏସମାରେନା ରିପୋର୍ଟ ମୁତାବକ,ଏହି ଡିସପ୍ଲେ ୨,୯୬୦ *୧,୮୪୮ ପିକ୍ସଲ ରିଜୋଲ୍ୟୁସନ ସହିତ ଲଞ୍ଚ କରାଯିବ ।
ଏହି ଟ୍ୟାବରେ ୧୧,୫୦୦ ଏମଏଏଚ ର ବ୍ୟାଟେରୀ ମିଳିବ ଯାହା ୪୫ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଏହା ଆଣ୍ଡ୍ରୋଏଡ ୧୨ ଉପରେ ଆଧାରିତ ୱାନୟୁଆଇ ୪.୦ ଉପରେ କାମ କରିବ । ଏଥିରେ ଡୁଆଲ କ୍ୟାମେରା ସେଟଅପ ଦିଆଯାଇପାରେ । କମ୍ପାନୀ ଏହାକୁ ଜାନୁଆରୀ କିମ୍ବା ଫେବୃଆରୀ ୨୦୨୨ ରେ ଲଞ୍ଚ କରିପାରେ ବୋଲି କୁହାଯାଉଛି ।