ବାଲେଶ୍ୱର (ଏଟିଆର ବ୍ୟୁରୋ): ଗତ କାଲି ରାତି ସାରା ଜିଲ୍ଲାପାଳଙ୍କ ଅଫସ ସମ୍ମୁଖରେ ଧାରଣାରେ ବସିଲେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବାର ଦେଖିବାକୁ ମିଳୁଛି ।
ମିଳିଥିବା ସୂଚନା ମୁତାବକ, ବିଏଡ ଓ ଏମଏଡ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିବାରୁ ସେମାନେ ବିରୋଧ କରିଥିଲେ । ଏହି ବାବଦରେ ସେମାନେ ଗତକାଲି ଠାରୁ ଧାରଣାରେ ଦେଇଥିଲେ । ଧାରଣାରେ ବସିଥିବା ଛାତ୍ରଛାତ୍ରୀ ମାନଙ୍କ ଉପଜିଲ୍ଲାପାଳ ବୁଝାବୁଝି କରିଥିଲେ ସୁଧା ସେମାନେ ଧାରଣାରୁ ଓହରି ନଥିଲେ । ବଂର ରାତି ସାରା ଧାରଣାରେ ବସି ନିଜ ପ୍ରତିବାଦ ଜଣାଇଥିଲେ । ସେମାନଙ୍କର ଦାବି ପୂରଣ ନହେବା ଯାଏଁ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ଗତ ୫ତାରିଖ ଦିନ ବିଶାଳ ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦେବା ଦାବିରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ । କିନ୍ତୁ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ୩ଦିନ ମଧ୍ୟରେ ଘଟଣାର ସମାଧାନ ନିମନ୍ତେ ପ୍ରତିଶୃତି ପ୍ରଦାନ କରିଥିଲେ । ହେଲେ ଏହି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ମେସାନଙ୍କର ସମସ୍ୟାର ସମାଧାନ କରାଯାଇନଥିଲା । ତେଣୁ ସେମାନେ ଏଥିପାଇଁ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ଓ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେମାନ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।