ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଚଳିତବର୍ଷ ବିନା ପରୀକ୍ଷାରେ ପାସ୍ କରିଛନ୍ତି ଦଶମ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳାଫଳ ପ୍ରକାଶ ପାଇଛି । ଯାହା ଫଳରେ ଅଧିକ ପାସହାର ତଥା ୯୭ ପ୍ରତିଶତରୁ ଅଧିକ ପାସ୍ ହାର ରହିଛି । କିନ୍ତୁ ଯେତିକି ପିଲା ପାସ କରିଛନ୍ତି ରାଜ୍ୟରେ ସେତିକି ଅନୁପାତର ସିଟ୍ ନାହିଁ । ଯେଉଁଥିପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିସନରେ ସସମ୍ୟା ଉପୁଜିବାର ଆଶଙ୍କା ରହିଥିବାରୁ ଏନେଇ ତର୍କବିତର୍କ ଲାଗିଥିଲା । ଏହାକୁ ନେଇ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁହଁ ଖୋଲିଛନ୍ତି ।
ସେ ପ୍ରତିଶୃତି ଦେଇ କହିଛନ୍ତି କି, ଯୁକ୍ତ ଦୁଇ ଆଡମିଶନରେ କୌଣସି ସମସ୍ୟା ହେବନି । ଛାତ୍ରଛାତ୍ରଙ୍କ ଇଛା ବଡ ବଡ କଲେଜରେ ନାଁ ଲେଖେଇବେ । ସେଥିପାଇଁ ଆବଶ୍ୟକସ୍ଥଳେ ସିଟ୍ ବୃଦ୍ଧି କରାଯିବ । କଲେଜ ଆଧାରରେ ସିଟ୍ ସଂଖ୍ୟା ବଢାଯିବ ।