ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାରିଆଡେ ମାଳ ମାଳ ପୁଲିସ । ତା’ ସାଙ୍ଗକୁ ପୁଣି ସବୁବେଳେ ସଜାଗ ଗୁଇନ୍ଦା । ଏପରିସ୍ଥଳେ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ସୁରକ୍ଷା ବ୍ୟବସ୍ଥାର ଢ଼ିଲା ପଣକୁ ପଦାରେ ପକାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମ୍ମୁଖରେ ଆଜି ଜଣେ ମହିଳା ବେକରେ ଲୁଗା ବାନ୍ଧି ଆତ୍ମହତା ଉଦ୍ୟମ କରିଛନ୍ତି । ତାହା ପୁଣି ଉଦୁଉଦିଆ ଖରାବେଳେ ।
ଚାରିଆଡୁ ନିରାଶ ହେବା ପରେ ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି । ମହିଳା ଜଣକ ହେଉଛନ୍ତି ନିରାକାରପୁରର ରଜନୀ ଦାସ । କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଅଟକ ରଖିଛି । ରଜନୀ ସ୍ଥାନୀୟ ପୁଲିସଠୁ ନିରାଶ ହେବା ପରେ ଭୁବନେଶ୍ୱର ଆସିଥିଲେ । ବିଶ୍ୱାସ ଥିଲା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ । ହେଲେ କେହି ଶୁଣିଲେନି ତାଙ୍କ କଥା । ବାରମ୍ବାର ଦୌଡି ଦୌଡି ନିରାଶ ହେବା ପରେ ଶେଷରେ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଥିବା ଏକ ଗଛରେ ସେ ଲୁଗା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ପୁଲିସ ତାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ।