ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟର ୬ ଟି ଜିଲ୍ଲାରେ ଘଡଘଡି ଓ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ୬ ଜିଲ୍ଲାରେ ବଜ୍ରପାତ ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସଂନ୍ଧ୍ୟା ସୁଦ୍ଧା ୬ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ସେଗୁଡିକ ଜିଲ୍ଲା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଢ଼େଙ୍କାନାଳ ରହିଥିବା ଜଣାପଡିଛି । ତେବେ ଏହି ଜିିଲ୍ଲା ମାନଙ୍କରେ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହାସହ ଏସଆରସିଙ୍କୁ ମଧ୍ୟ ପୂର୍ବରୁ ସୂଚିତ କରାଯାଇଥିବା ଆଞ୍ଚଳିକ ପାଣିପାକ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି । ସେହିପରି ରାଜ୍ୟର ଅନ୍ୟ କିଛି ଜିଲ୍ଲା ମାନଙ୍କରେ ମଧ୍ୟ ସ୍ୱଳ୍ପ ବର୍ଷା ହେବାର ଅନୁମାନ କରିଛି ବୋଲି କହିଛି ଭୁବନେଶ୍ୱର ପାଣିପାଗ ବିଭାଗ । ତେବେ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଆସନ୍ତାକାଲି ଠାରୁ ବର୍ଷା ହେବ ବୋଲି ଜଣା ପଡିଛି ।