ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳ ସୁରୁଖୁରୁରେ ଜାରୀ ରହିଛି । ଆଜି ଗୃହରେ ବିରୋଧୀ ଦଳ ଚିନି କିଲୋ ପିଛା କେତେ ଟଙ୍କାରେ ବିକ୍ରି ହେଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିରୋଧୀଙ୍କ ପ୍ରଶ୍ନରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଆବଶ୍ୟକତା ଅନୁଯାୟୀ ଚିନି ଉତ୍ପାଦନ ହେଉ ନଥିବାରୁ ବାହାରୁ ଚିନି ଆମଦାନୀ କରାଯାଉଛି ।
ରାଜ୍ୟରେ ସମୁଦାୟ ୨.୧୧ଲକ୍ଷ ମେଟ୍ରିକ ଟନ ଚିନି ଆବଶ୍ୟକତା ରହୁଥିବା ବେଳେ ଏହି ଆବଶ୍ୟକତାକୁ ପୂରଣ କରାଯାଇପାରୁ ନାହିଁ । ଆମ ରାଜ୍ୟରେ ମୁଖ୍ୟତଃ ଆସକା, ଢେଙ୍କାନାଳରେ ଘରୋଇ କରଣ ମାଧ୍ୟମରେ ଚିନି ଉପ୍ତାଦିତ ହେଉଛି । ତେବେ ରାଜ୍ୟରେ ୮ଟି ଚିନି କଳ ଥିବା ବେଳେ ସେଥି ମଧ୍ୟରୁ ୨ଟି କାର୍ଯ୍ୟ କରୁଅଛି । ବନ୍ଦ ରହିଥିବା ଚିନି କଳ ଗୁଡକର ପୁନଃ ଉଦ୍ଦାର ପାଇଁ ରାଜ୍ୟ ସରକାର ପଦକ୍ଷପ ଗହଣ କରୁଛନ୍ତି । ୧କିଲୋ ଚିନି ଉତ୍ପାଦନ ଲାଗି ୪୫ରୁ ୪୮ଟଙ୍କା ବେୟ ହୋଇଥାଏ । ତେବେ ଆସକା ଚିନି କଳ ପାଇଁ ୩୫ କୋଟି ୭୦ ହଜାର ଟଙ୍କା ଦିଆଯାଇଥିବା ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ ।