ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ଦିନର ଅପେକ୍ଷା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ଗତକାଲି ବସିଥିବା କ୍ୟାବିନେଟ ବୈଠକ ପରେ ଏଭଲି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏହା ପରେ ଓଡିଶା ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ତେବେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ୩ ମିନିଟ ମଧ୍ୟରେ ଗାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ଏହା ସହ ଏହି ସଂଗୀତର ସ୍ୱର, ଲୟ ଓ ତାଳ କଣ ହେବ ସେନେଇ ଅଲୋଚନା କରାଯାଉଛି । ଖୁବଶୀଘ୍ର ,ନେଇ ନିଷ୍ପତି ନିଆଯାଇ ଜଣାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଏହି ସଂଗୀତ ଗାନ କରାଗଲା ବେଳେ ସମସ୍ତେ ଦଣ୍ଡାୟମାନ ଅବସ୍ଥାରେ ରହିବେ ବୋଲି ନିଷ୍ପତି ନିଆଯାଇଛି । ଏହା ସହ ବନ୍ଦେ ଉକ୍ରଳ ଜନନୀ ସଂଗୀତକୁ ଆସନ୍ତା ବର୍ଷଠାରୁ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ବନ୍ଦେ ଉତ୍କଳ ଜନନୀ ସଂଗୀତ ୯ଟି ରାଜ୍ୟରେ ରାଜ୍ୟ ସହଗୀତ ଭାବେ ପ୍ରଚଳିତ ହେଉଛି ।