ମହାରାଷ୍ଟ୍ର(ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ରାଜନିତୀର ମହାନାଟକର ଅନ୍ତ ହେବା ପରେ ଆଜି ଠାକରେ ପରିବାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହିତ ଶିବସେନା ଓ ଏନସିପିର ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଶପଥ ପାଠ କରିଛନ୍ତି ।
ଏହି ଶପଥ ପାଠ ସମାହୋରହ ମହାରାଷ୍ଟ୍ର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଛି । ଉଦ୍ଧବ ଠାକରେଙ୍କ ଶପଥ ପାଠ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାବିସ, ଅମ୍ବାନୀ ପରିବାର, ଏନସିପି ନେତା ଅଜିତ ପାୱାର, ଛଗନ ଭୁଜୁବଳ ଓ ପ୍ରଫୁଲ ପଟେଲ ଉପସ୍ଥିତ ଥିଲେ । ଅନ୍ୟପଟେ କଂଗ୍ରେସ ପକ୍ଷରୁ କମଲ ନାଥ, ପୃଥୀରାଜ ଚୌହାନ ଉପସ୍ଥିତ ଥିଲେ ।