ଚେନ୍ନାଇ (ଏଟିଆର ବ୍ୟୁରୋ); ଶୁକ୍ରବାର ଚେନ୍ନାଇର ବଡ ପରାଜୟ ହୋଇଛି । ଯାହାକି ଦଳର ଖେଳାଳିଙ୍କୁ ବହୁତ ବାଧିଛି । ଚେନ୍ନାଇ ଦଳ ପାଇଁ ବାହାଦୁରି ମାରୁଥିବା ପ୍ରଶସଂକମାନେ ମଧ୍ୟ ଗତକାଲି ମ୍ୟାଚ ଦେଖିବା ପରେ ହତାଶ ହୋଇଛନ୍ତି । ତେବେ ଆପଣମାନେ ଭାବୁଥିବେ କି ଚେନ୍ନାଇ ସ୍ୱଚନୀୟ ପରାସ୍ତ ହେବା ପରେ ଧୋନି ଏବଂ ଜାଡେଜାଙ୍କୁ ଜ୍ୱର ହୋଇଯାଇଛି । ନାଁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଧୋନି ଏବଂ ଜାଡେଜାଙ୍କୁ ଜ୍ୱର ହୋଇଥିଲା । ଯେଉଁ କାରଣରୁ ଉଭୟ ଗତକାଲି ମ୍ୟାଚରେ ଖେଳିନଥିଲେ । ଯାହାକି ଦଳ ପାଇଁ ବହୁତ ବଡ କ୍ଷତି ହୋଇଥିଲା ।
ଆଗକୁ କ୍ରିକେଟ ମହାକୁମ୍ଭ ବିଶ୍ୱକପ ହେବାକୁ ଥିବାରୁ ଉଭୟଙ୍କୁ ବିଶ୍ରାମ ଦିଆଯାଇଥିଲା । ଧୋନି ପୂର୍ବରୁ ମଧ୍ୟ ପିଠି ଯନ୍ତ୍ରଣା ଭୋଗୁଥିଲେ । ଏଣୁ ବିସିସିଆଇ ପକ୍ଷରୁ ସୂଚନା ମଧ୍ୟ ମିଳିଥିଲା କି ଧୋନିଙ୍କୁ ବିଶ୍ରାମ ଦିଆଯାଇପାରେ । ଧୋନି ମଧ୍ୟ ଗଣମାଧ୍ୟମକୁ କହିଥିଲେ କି ଆବଶ୍ୟକ ହେଲେ ସେ ବିଶ୍ରାମ ନେଇପାରନ୍ତି । ତେବେ ଗତକାଲି ମ୍ୟାଚରେ ଜ୍ୱର ହେବାରୁ ସେ ବିଶ୍ରାମ ନେଇଥିଲେ । ଗତକାଲି ମ୍ୟାଚରେ ତିନିଜଣ ଅଭିଜ୍ଞ ଖେଳାଳି ଚେନ୍ନାଇ ଦଳରେ ନଥିଲେ । ଧୋନି,ଜାଡେଜା ଏବଂ ଦକ୍ଷିଣ ଆଫ୍ରିକିୟ ଷ୍ଟାର ବ୍ୟାଟ୍ସମ୍ୟାନ ଡୁପ୍ଳେସି । ଏମାନଙ୍କ ସ୍ଥାନରେ ଧୃବ ସୋରେ,ମୁରଲି ବିଜୟ ଏବଂ ମିଚେଲ ସାନଣ୍ଟର ଖେଳୁଥିଲେ ।
ଧୋନିଙ୍କ ବିନା ଚେନ୍ନାଇର କାହାଣୀ ଅଧା । କାରଣ ଚଳିତ ବର୍ଷ ଧୋନି ଦୁଇଟି ମ୍ୟାଚରେ ବିଶ୍ରାମ ନେଇଛନ୍ତି । ଏହି ଦୁଇ ମ୍ୟାଚରେ ଚେନ୍ନାଇ ସ୍ୱଚନୀୟ ପରାଜୟ ବରଣ କରିଛି । ଧୋନି ଚେନ୍ନାଇକୁ ତିନିଥର ଚାମ୍ପିୟନ କରାଇଛନ୍ତି । ସେ ମାତ୍ର ୪ଟି ମ୍ୟାଚରେ ବିଶ୍ରାମ ନେଇଛନ୍ତି । ଧୋନିଙ୍କ ଅନୁପସ୍ଥିତି ଦଳ ପାଇଁ ବହୁତ କ୍ଷତି ସହିବା ପାଇଁ ପଡିଛି । ତେବେ ଆଗାମି ମ୍ୟାଚରେ ଧୋନି ନଖେଳିଲେ ଚେନ୍ନାଇର ଭାଗ୍ୟ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।