ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଉ ୧୯ ଦିନ ରହିଥିଲେ ହେଁ ଆଗୁଆ ବନ୍ଦ ହୋଇଛି ବିଧାନସଭା । ଯାହାକୁ ନେଇ ଏବେ ବିରୋଧୀ ବର୍ଷିଛନ୍ତି । ରାଜ୍ୟବାସୀଙ୍କୁ ଠକୁଛନ୍ତି ସରକାର ଏମିତି କହି ସରକାରଙ୍କୁ ସିଧାସଳଖ ଟର୍ଗେଟ କରିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ସେ କହିଛନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦ କରିବା ଅତି ଦୁର୍ଭାଗ୍ୟ ଜନକ କଥା । ଏମିତି କହି ଆଲୋଚନାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ସରକାର । ସେପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ବର୍ଷିଛନ୍ତି ।
ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରିବା ଅଣ ଗଣତାନ୍ତ୍ରୀକ ଓ ରାଜ୍ୟ ବିରୋଧୀ । ସରକାର ହକିକୁ ଗୁରୁତ୍ୱ ଦେଉଛନ୍ତି ହେଲେ ପିଆଜକୁ ନୁହେଁ । ଏହା ସରକାରଙ୍କ ମନମାନି ଓ ସ୍ୱେଚ୍ଛାଚାରିତା । ଦଳୀୟ ଚାପରେ ବାଚଷ୍ପତି ଗୃହକୁ ବନ୍ଦ କରିଛନ୍ତି । ନଭେମ୍ବର ୧୩ ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏହାକୁ ଅଧାରେ ବନ୍ଦ କରି ଦିଆଯାଇଛି ।