ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବଡ ଗାଡି ପାଇଁ କେନ୍ଦ୍ର ସରକାର ଲାଗୁ କରିବାକୁ ଥିବା ଫାସଟ୍ୟାଗ ତାରିଖକୁ ଘୁଞ୍ଚାଇଛନ୍ତି । ଡିସେମ୍ଭର ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି ନିୟମ ଆସନ୍ତା ଡିସେମ୍ବର ୧୫ ତାରିଖ ଠାରୁ ବାଧ୍ୟତା ମୂଳକ କରାଯିବ ବୋଲି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାର ଲାଗୁ କରିଥିବା ଫାସଟ୍ୟାଗ ବ୍ୟତୀତ କୌଣସି ଗାଡି ଜାତୀୟ ରାଜପଥରେ ଗଡି ପାରିବ ନାହିଁ । ଯାହା ଆସନ୍ତାକାଲି ଠାରୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।
କୌଣସି ଗାଡି ଯଦି ଫାସଟ୍ୟାଗ ବ୍ୟବହାର ନ କରନ୍ତି ତେବେ ସେମାନେ ଟୋଲ ଗେଟରେ ଟ୍ୟାକ୍ସ ଦେବା ବେଳେ ସାଧାରଣ ମୂଲ୍ୟର ୨ ଗୁଣା ଦେବେ ବୋଲି ନିୟମ ହୋଇଥିଲା । ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ୧ ତାରିଖ ପରିବର୍ତ୍ତେ ୧୫ ତାରିଖକୁ ପରିବର୍ତ୍ତନ କରାଯାଇଛି । ଗାଡିରେ ଏହି ଫାସଟ୍ୟାଗ ଲଗାଇଲେ ଟୋଲ ଗେଟରେ ଆଉ ଆପଣଙ୍କୁ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ । ଟୋଲ ଗେଟ ଅତିକ୍ରମ କଲେ ଧାର୍ଯ୍ୟ ମୂଲ୍ୟ ଆପେ ଆପେ ଆପଣଙ୍କ ଆକାଉଣ୍ଟରୁ କଟି ଯିବ ।