ମୁମ୍ବାଇ(ଏଟିଆର ବ୍ୟୁରୋ):ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏବେ ପ୍ରାୟ ୨ ମାସରୁ ଅଧିକ ସମୟ ବିତି ଯାଇଛି । ତାଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ମଧ୍ୟ ଆରମ୍ଭ ହୋଇ ଗଲାଣି । ଏହା ମଧ୍ୟରେ ଦିନକୁ ଦିନ ମୃତ୍ୟୁର ରହସ୍ୟ ଖୋଲୁଛି । ଏଭଳି ସ୍ଥିତିରେ ନିଜକୁ କୁପର ହସ୍ପିଟାଲର କର୍ମଚାରୀ ଦାବି କରୁଥିବା ଜଣେ ବ୍ୟକ୍ତି ସୁଶାନ୍ତଙ୍କ ବାବଦରେ କିଛି ନୂଆ ତଥ୍ୟ ଖୁଲାସା କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ବେକରେ ଏକାଧିକ ଛୁଞ୍ଚି ଚିହ୍ନ ଥିଲା ଏବଂ ତାଙ୍କ ପାଦ ଭଙ୍ଗା ଅବସ୍ଥାରେ ରହିଥିଲା । ତେଣୁ ତାଙ୍କୁ ବିଷ ଇଞ୍ଜେକ୍ସନ୍ ଦିଆଯାଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସୁଶାନ୍ତଙ୍କ ମର ଶରୀର କୁପର ହସ୍ପିଟାଲକୁ ପୋଷ୍ଟମର୍ଟମ ହେବା ପାଇଁ ଯାଇ ଥିବା ବେଳେ ହସ୍ପିଟାର କର୍ମଚାରୀ ଜଣକ ତାଙ୍କ ବେକ ଉପରେ ନଜର ପକାଇଥିଲେ । ସେ କହିଛନ୍ତି ସୁଶାନ୍ତଙ୍କ ଗୋଡ ମଧ୍ୟ ଭାଙ୍ଗିଥିଲା । ତେଣୁ ଏହା ଆତ୍ମହତ୍ୟା ହୋଇ ନପରାରେ । ସୁଶାନ୍ତ ବେକରେ ସେ ଛୁଞ୍ଚିର ଦାଗ ଓ ଦେଖିଥିଲେ ଓ ତାଙ୍କ ହିସାବରେ ସୁଶାନ୍ତଙ୍କୁ ବିଷ ଇଞ୍ଜେକ୍ସନ ଦିଆଯାଇ ହତ୍ୟା କରାହୋଇଛି । ହସ୍ପିଟାଲକୁ ରିୟା ଚକ୍ରବର୍ତ୍ତୀ ଯେବେ ଆସିଲେ ତାଙ୍କ ସହ ଦୁଇଜଣ ଲୋକ ଥିଲେ । ସେମାନେ ମୋତେ ସୁଶାନ୍ତଙ୍କ ମୃତଦେହ ଦେଖିପାରିବୁ କି ବୋଲି ପଚାରିଥିଲେ। ମୁଁ ଦେଖାଇଥିଲି । ଏହାପରେ ସେମାନେ କ୍ଷମା ପ୍ରାର୍ଥନା କରିଥିଲେ । ପରେ ମୋତେ ବାହାରକୁ ପଠାଇ ଦିଆଯାଇଥିଲା । ୨୫ ମିନିଟ୍ ପର୍ୟ୍ୟନ୍ତ ରିୟା ଭିତରେ ଥିଲେ ଏବଂ ସେ ବାରମ୍ବାର କ୍ଷମା ମାଗୁଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ କିଛି ବଡ଼ ଡାକ୍ତର କହିଥିଲେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା । ତାଙ୍କ ମୁତାବକ ସୁଶାନ୍ତଙ୍କ ଶରୀର ହଳଦିଆ ପଡ଼ିଯାଇଥିଲା। ଫାଶିରେ ହେଉଥିବା ଆତ୍ମହତ୍ୟାରେ ଶରୀର କଦାପି ହଳଦିଆ ପଡ଼ି ନ ଥାଏ । ହସ୍ପିଟାଲରେ କାମ କରିବା ଭିତରେ ମୁଁ ଏହା ଆଦୌ ଦେଖିନାହିଁ ବୋଲି ହସ୍ପିଟାଲର କର୍ମଚାରୀ କହିଥିଲେ । ତେବେ ଏମ୍ସ ଡାକ୍ତରମାନେ ଏବେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରୁଥିବା ଜଣାପଡ଼ିଛି।
ସୁଶାନ୍ତଙ୍କ ଭଉଣୀ ସ୍ୱେତା ସିଂ ମଧ୍ୟ ଟିଭି ଚ୍ୟାନେଲରୁ ସୁଶାନ୍ତଙ୍କ ଏକ ଭିଡିଓ ଦେଖି , ଭାବ ବିହ୍ୱଳ ହୋଇଛନ୍ତି ଓ ସେ ସୋସିଅଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ମୋ ଭାଇ ସହ ସେମାନେ ଅତି କଷ୍ଟ ଦେଇ ମାରିଛନ୍ତି । ତାଙ୍କୁ ପୁଲିସ ଯଥା ସିଘ୍ର ଗିରଫ କରିବା ଦରକାର । ସିବିଆଇ ତଦନ୍ତ ଉପରେ ଏବେ ରହିଛି ସମସ୍ତଙ୍କ ଆଖି । ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ଧରା ପଡିବ ଦୋଷୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024