ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସୁଲଭ ମୂଲ୍ୟରେ ବହୁ ଜାଗାରେ ଆହାର କେନ୍ଦ୍ର ଖୋଲିଛନ୍ତି । ୫ଟଙ୍କାରେ ଭାତ ଡାଲମା ମିଳୁଥିବା ଆହାର କେନ୍ଦ୍ର ଗୁଡିକୁ ଆଇଏସଓ ପ୍ରମାଣ ପତ୍ର ମିଳିଛି । ସୂଚନା ଅନୁସାରେ ରାଜ୍ୟ ସରକାର ଖୋଲିଥିବା ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ରାଜ୍ୟର ବରିଷ୍ଠ ଅଧିକାରି ଓ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ସେମାନେ ଜିଲ୍ଲା ଗସ୍ତରେ ଯିବା ବେଳେ ସେଠାରେ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । ରାଜ୍ୟରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ସେଣ୍ଟ୍ରାଲ କିଚେନକୁ ଆଇଏସଓ ପ୍ରମାଣ ପତ୍ର ମିଳିଥିବାର ସୂଚନା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପକ୍ଷରୁ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିପାଇଁ ନଗର ଉନ୍ନୟନ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ଆହାର ଯୋଜନାରେ ଭାଗିଦାରୀ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି।