ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗତ ଜୁଲାଇ ମାସରେ ଭାରତ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିଲା ଚନ୍ଦ୍ରଯାନ-୨ । ଯଦି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିଥାନ୍ତା ତେବେ ଏହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିବା ଚତୁର୍ଥ ଦେଶ ଭାବେ ଗୌରବ ହାସଲ କରି ପାରିଥାନ୍ତା । କିନ୍ତୁ ଶେଷ ମୁହୂର୍ତ୍ତରେ ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବା ପୂର୍ବରୁ ତାହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଫଳରେ ବିକ୍ରମର ବିଷୟରେ କିଛି ଜଣା ପଡି ନଥିଲା । ତେବେ ଏହା ପରେ ଇସ୍ର୍ରୋ ବିକ୍ରମ ସହ ଯୋଗାଯୋଗ ଓ ଠାବ କରିବାରେ ବିଫଳ ହୋଇଥିଲା । ବିକ୍ରମର ଲ୍ୟାଣ୍ଡରର ସ୍ଥିତି ଜାଣିବା ପାଇଁ ବିଭିନ୍ନ ଦେଶ ମହାକାଶ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ ।
ତେବେ ଗତକାଲି ନାସାର ଅର୍ବିଟର ସ୍ୟାଟଲାଇଟ ଭାରତର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡକୁ ଠାବ କରିବାରେ ସଫଳ ହୋଇଛି । ବିକ୍ରମର କ୍ରାଶ କରିଥିବା ସ୍ଥାନକୁ ଠାବ କରିଛି ନାସା । ମୁଖ୍ୟ ଲ୍ୟାଣ୍ଡିଂ ସ୍ଥଳଠାରୁ ୭୫୦ ମିଟର ଦୂରରେ ପଡିଥିବା ଏକ ଧ୍ୱଂସାବଶେଷ ପ୍ରଥମ ଠାବ କରାଯାଇଥିଲା । ଏହା ପାଖାପାଖି ଅଞ୍ଚଳରେ ୨୪ରୁ ଉଦ୍ଧ୍ୱର୍ ସ୍ଥାନରେ ବିକ୍ରମ ଧ୍ୱଂସାବଶେଷ ବିଛାଇ ହୋଇ ପଡିଛି । ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।
The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance Orbiter. See the first mosaic of the impact site https://t.co/GA3JspCNuh pic.twitter.com/jaW5a63sAf
— NASA (@NASA) December 2, 2019