ବ୍ରହ୍ମପୁର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁ ପ୍ରକାରର ଯୋଜନା କରୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଆପ୍ ବ୍ୟବସ୍ଥା କରିଛନ୍ତି । ଆଜି ମଧୁ ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆପ୍ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପ୍ରଥମ ଥର ଲାଗି ଗଞ୍ଜାମ ଜିଲ୍ଲାରେ କରାଯାଇଛି ।
ଏହି ଆପ୍ ଆସିବା ପରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଢାଞ୍ଚା ବଦଳିଛି । ସ୍କୁଲରେ ଶିକ୍ଷା ଗ୍ରହଣ କଲା ପରେ ଯଦି ପାଠ ପଢା ଉପରେ କିଛି ସନ୍ଦେହ ରହୁଛି ତେବେ ମଧୁ ଆପ୍ ମଧ୍ୟମରେ ଯେକୌଣସି ସ୍ଥାନରେ ପିଲା ମାନେ ବିନା ଦ୍ୱିଧାରେ ଶିକ୍ଷା ଗ୍ରହଣ କରିପାରିବେ । ଏବେ ଆଉ ସନ୍ଦେହ ଦୂର କରିବାକୁ ପିଲାମାନେ ଟ୍ୟୁସନ ଯିବାକୁ ପଡିବ ନାହିଁ । ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁ ଆଡେ ପ୍ରଶଂସା କରାଯାଉଛି । ମଧୁ ଆପ୍ ଦ୍ୱାରା ଛାତ୍ରଛାତ୍ରୀ ମାନେ ଲଭବାନ ହୋଇପାରିବେ ବୋଲି ଆଶା କରାଯାଉଛି ।