ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମଦ ମାଫିଆ ସହ ହାତ ମିଳାଇଛି ପୁଲିସ । ମୋଟା ଅଙ୍କର ଟଙ୍କା ନେଇ ତାଙ୍କୁ ଭରପୁର ସହଯୋଗ କରୁଛି । ଅଭିଯୋଗ କଲେ ଓଲଟି ପୁଲିସ ନିରିହ ଲୋକଙ୍କୁ ନାଲି ଆଖି ଦେଖାଉଛି । କେତେବେଳେ କାହାର ଅଭିଯୋଗ ପତ୍ରକୁ ପୁଲିସ ଚିରିଦେଉଛି ତ’ ଆଉ କେତେବେଳେ ପୁଲିସିଆ ଠାଣିରେ ନିରିହ ଲୋକଙ୍କୁ ଥାନାରେ ବସାଇ ଦେଉଛି । ସିଧା କହିବାକୁ ଗଲେ ମଦ ମାଫିଆଙ୍କୁ ଘଁଟ ଘୋଡାଇ ଲୋକଙ୍କ ଉପରେ ଦାଉ ସାଜୁଛି ପୁଲିସ । ଖାସ ଏଥିପାଇଁ ଭୟରେ ୧୫ଟି ପରିବାର ଏବେ ଏରିଆ ଛାଡି ଏଣେତେଣେ ବୁଲୁଛନ୍ତି । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ଚନ୍ଦ୍ରଶେଖରପୁର ଥାନା ବିରୋଧରେ । ଲୋକେ ନ୍ୟାୟ ପାଇଁ ଏବେ ମାନବାଧିକାର କମିଶନଙ୍କଠୁ ନେଇ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ପୁଲିସ ଦିନକୁ ଦିନ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତେ ଅଭିଯୁକ୍ତଙ୍କୁ ଘଁଟ ଘୋଡାଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ।
ଲକ୍ଷ୍ମୀଧର ମଲ୍ଲିକ ନାମକ ଜଣେ ବ୍ୟକ୍ତି ମା ମଙ୍ଗଳା ବସ୍ତିରେ ଚୋରା ମଦ କାରବାର କରୁଛି । ଯାହପାଇଁ ସବୁବେଳେ ଅପ୍ରିତିକର ପରିସ୍ଥିତି ଉପୁଜିଛି । ବସ୍ତିରେ ରହୁଥିବା ଝିଅ ବୋହୂଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଏନେଇ କେତେକ ମହିଳା ଓ ବୟସ୍କ ବ୍ୟକ୍ତି ବିରୋଧ କରିଥିଲେ । ମାମଲା ଥାନାକୁ ମଧ୍ୟ ଯାଇଥିଲା । କିନ୍ତୁ ଥାନା ଅଧିକାରୀ ଘଟଣାକୁ ଗୁରୁତ୍ୱ ନଦେଇ ଓଲଟି ଅଭିଯୋଗକାରୀଙ୍କୁ ହତାସ କରିବା ସହ ନାଲି ଆଖି ଦେଖାଇ ତଡିଦେଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଚୋରା ମଦକାରବାରରେ ପୁଲିସ ଲକ୍ଷ୍ମୀଧରଙ୍କଠୁ ମାସିକିଆ ଚାନ୍ଦା ନେଇ ଏପରି କରୁଥିବା ଲୋକେ ଜଣାଇଛନ୍ତି ।
ପୁଲିସର ନିରବତାକୁ ନେଇ ଏବେ ଲକ୍ଷ୍ମୀଧର ପୂରା ବସ୍ତିବାସିନ୍ଦାଙ୍କ ଉପରେ ହାକିମାତି କରୁଛି । ଭୟରେ ମହିଳାମାନେ ଏବେ ବସ୍ତି ଛାଡି ନ୍ୟାୟ ଲାଗି ଏବେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ ଚନ୍ଦ୍ରଶେଖରପୁର ଥାନା ଉପରେ ବହୁ ଅଭିଯୋଗ ଉଠୁଛି । କଥା ସତ ହେଉ ଅବା ମିଛ, ବିଭାଗୀୟ ଅଧିକାରୀ ଏହାକୁ ଗୁରୁତର ସହ ନେଇ ଯାଁଚ କରିବା ନିହାତି ଦରକାର ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ଚନ୍ଦ୍ରଶେଖରପୁର ଥାନା ପୁଲିସର ମନମାନିକୁ ନେଇ ନିକଟରେ ତୁମୁଳକାଣ୍ଡ ଘଟିଥିଲା ।
ଯାହାପାଇଁ ରାସ୍ତା ଅବରୋଧଠୁ ନେଇ ବଡବଡ଼ ଅଧିକାରୀକୁ ନାକେଦମ ହେବାକୁ ପଡିଥିଲା । ପୁଲିସ ଲୋକଙ୍କ ନିକଟତର ହେବାକୁ ଖୋଦ ଡିଜିପି ଆହ୍ୱାନ ଦେଉଥିବା ବେଳେ ଏପଟେ ଲୋକଙ୍କୁ ଦୂରଦୂର ମାରମାର ପୁଲିସ କରିବା ଘଟଣା ପ୍ରମାଣ କରୁଛି ବିଲକୁଲ ବେଫିକର ଚନ୍ଦ୍ରଶେଖରପୁର ଥାନା ପୁଲିସ । ତୁରନ୍ତ ଏହା ଉପରେ ପଦକ୍ଷେପ ନନିଆଗଲେ ଆଗକୁ ଏହାମଧ୍ୟ ଉଗ୍ରରୂପ ଧାରଣ ନକରିବ ତାହା କିଏ କହିବ ।
Sukanta sahoo
Police should not cooperate such type of heinous crime, it may cause liquor tragedy like earlier occasions
Sukanta sahoo
Policroma shouldn’t support such type of heinous crimes as it may lead to liquor tragedy