ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶୀତ ଋତୁ । ଏବେ ପାଣି ଦେଖିଲେ ଡର ଲାଗୁଛି । ତେବେ ମୁଖ୍ୟତ ଏହି ଋତୁରେ ଲୋକେ କେବଳ ଟିକେ ହାତରେ ପାଣି ପକେଇ ଦେଇ ଖାଦ୍ୟ ଗ୍ରହଣ କରିଥାନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେବେ କିଛି ଲୋକଙ୍କ ଧାରଣା ରହିଛି ଗରମ ପାଣିରେ ହାତ ଧୋଇବା ଫଳରେ ହାତରେ ଲାଗିଥିବା ଜୀବାଣୁଙ୍କର ମୃତ୍ୟୁ ହୋଇଥାଏ । ଯାହା ଥଣ୍ଡା ପାଣିରେ ହୋଇ ନଥାଏ । ହାତ ଧୋଇବା ସୁସ୍ଥ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଯେଉଁଥି ପାଇଁ ପ୍ରତିବର୍ଷ ୧ ସେପ୍ଟେମ୍ଭର ଠାରୁ ୭ ସେପ୍ଟେମ୍ଭର ପର୍ଯ୍ୟନ୍ତ ହାତ ଧୁଆ ସପ୍ତାହ ପାଳନ କରାଯାଇଥାଏ ।
ତେବେ ଏହି ନିକଟରେ ହାତ ଧୋଇବାକୁ ନେଇ ହୋଇଥିବା ଏକ ରିସର୍ଚ୍ଚରୁ ଜଣା ପଡିଛି ହାତ ଧୋଇବାର ୧୦ ସେକେଣ୍ଡ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଜେନେରାଲ ଆଫ ଫୁଡ ପ୍ରୋଟେକ୍ସନ ଦ୍ୱାରା ପ୍ରକାଶ ପାଇଥିବା ରିସର୍ଚ୍ଚ ଅନୁସାରେ ଗରମ ପାଣି କିମ୍ବା ଥଣ୍ଡା ପାଣିରେ ହାତ ଧୋଇବା ଦା୍ୱରା ଏହା ହାତରେ ଲାଗିଥିବା ଜୀବାଣୁ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ନଥାଏ । ହାତ ଧୋଇବା ବେଳେ ଗରମ ପାଣି ଓ ଥଣ୍ଡା ପାଣିର ପ୍ରଭାବ ସମାନ ହୋଇଥାଏ ।
ଏହି ରିସର୍ଚ୍ଚରୁ ଆହୁରି ମଧ୍ୟ ଜଣା ପଡିଛି କେବଳ ପାଣି ହ୍ୟାଣ୍ଡୱାସ ଓ ସାବୁନରେ ହାତରେ ଲାଗିଥିବା ଜୀବାଣୁଙ୍କର ମୃତ୍ୟୁ ହୋଇଥାଏ ତା ନୁହେଁ ବରଂ ହାତ ଧୋଇବାର ସମୟ ଉପରେ ନିର୍ଭର କରୁଛି । ଗରମପାଣି ୩୮ ଡିଗ୍ରୀ ସେଲସିୟସ ହେଉ ଅବା ୧୬ ଡିଗ୍ରୀ ଏହାର ସେମିତି କିଛି ପ୍ରଭାବ ପଡିନଥାଏ । ଏହି ରିସର୍ଚ୍ଚ କହୁଛି ହାତ ଧୋଇବା ପାଇଁ ପ୍ରଥମ ୧୦ ସେକେଣ୍ଡ ପ୍ରଭାବଶାଳୀ ହୋଇଥାଏ ।