ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜିଠୁ ଜାରି ହୋଇଛି ଏସବିଆଇର ନୂଆ ନିୟମ । ବର୍ତ୍ତମାନ ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଓଟିପି । ଏଟିଏମରୁ ଟଙ୍କା ଉଠାଇବା ବେଳେ ଯେଉଁ ଭଲି ଭାବେ ଆପଣ ଠକାମୀର ଶିକାର ହେଉଥିଲେ , ସେହିଭଳି ଠକାମୀର ଶିକାର ହେବା ପାଇ ପଡିବ ନାହିଁ । ଏଟିଏମ କାର୍ଡରେ ଆଉ ହୋଇ ପାରିବନି ଠକେଇ । ଏବେ ଜଦି ଆପଣ ନିଜ ଆକାଉଣ୍ଟରୁ ଏଟିଏମ ଜରିଆରେ ଟଙ୍କା ଉଠାଇବେ , ତେବେ ଆପଙ୍କୁ ଓଟିପି ଦେବା ପାଇଁ ପଡିବ । ଜଦି ଆପଣ ନିଜର ଓଟିପି ନମ୍ବର ଦେବେ ନାହିଁ ତେବେ ଉଠି ପାରିବନି ଟଙ୍କା । ଏସବିଆଇ କାର୍ଡରେ ଏଟିଏମରୁ ଟଙ୍କା ଉଠାଇବାର ଥିଲେ ଆଜିଠୁ ଆପଣଙ୍କୁ ନୂଆ ନିୟମ ମାନି ବାକୁ ପଡିବ । ବର୍ତ୍ତମାନ ଏସବିଆଇ ନିଜ ନିୟମରେ ପରିବର୍ତ୍ତନ ଆଣିଛି । ଏବେ ସବୁ କ୍ଷେତ୍ରରେ ଡିଜିଟାଲ ଟ୍ରାନ୍ଜାକ୍ସନ ବା ଅନଲାଇନ ନେଣଦେଣ ହେତୁ ସାଇବର ଠକେଇ ମଧ୍ୟ ବଢିବାରେ ଲାଗିଛି । ତେଣୁ ଅନଲାଇନ ଟଙ୍କା ନେଣଦେଣକୁ ଗୁରୁତ୍ୱ ଦେଇ ଏପରି ପରିବର୍ତ୍ତନ କରିଛି ଏସବିଆଇ । ହ୍ୟାକରମାନେ ଅନେକ ଉପାୟରେ ବ୍ୟାଙ୍କରୁ କରୁଛନ୍ତି ଟଙ୍କା ଲୁଟ । ଏ ନେଇ ଦିନକୁ ଦିନ ଅଭିଯୋଗ ମଧ୍ୟ ବଢିବାରେ ଲାଗିଛି , ତେଣୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମର ଟଙ୍କା ଉଠାଣକୁ ଅଧିକ ସୁରକ୍ଷିତ କରିବା ପାଇଁ ବାହାର କରିଛି ନୂଆ ନିୟମ । ଏହି ନିୟମ ଅନୁସାରେ ଆପଣ ବିନା ଓଟିପିରେ ଏସବିଆଇ ଏଟିଏମରୁ ଟଙ୍କା ଉଠାଇ ପାରିବେ ନାହିଁ । ତେଣୁ ଆପଣ ଯଦି ଦଶ ହଜାରରୁ ଅଧିକ ଟଙ୍କା ଉଠଇାବେ ତେବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଓଟିପି ଜିବ । ଓଟିପି ଆସିବା ପରେ ଆପଣ ଟଙ୍କା ଉଠାଣ ହୋଇ ପାରିବ । ବିନା ଓଟିପିରେ ଟ୍ରାନ୍ଜାକ୍ସନ ହୋଇ ପାରିବ ନାହିଁ ବୋଲି ଏସବିଆଇ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆ ଯାଇଛି ।
ତେଣୁ ଆପଣ ଟଙ୍କା ଉଠାଇବା ସମୟରେ ନିଜର ବ୍ୟାଙ୍କ ସହ ସଂଯୁକ୍ତ ଥିବା ନମ୍ବର ର ଫୋନ ନେଇ ଯାଆନ୍ତୁ ନହେଲେ ଟଙ୍କା ଉଠାଇବା ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣଙ୍କ ଫୋନ ନମ୍ବର ଆପଣଙ୍କ ବ୍ୟାଙ୍କ ସହ ପଞ୍ଜିକୃତ ନାହିଁ ତେବେ ଆପଣ ଦଶ ହଜାରରୁ ଅଧିକ ଟଙ୍କା ଉଠେଇ ପାରିବେ ନାହିଁ । ତେଣୁ ଜଥା ଶିଘ୍ର ବ୍ୟାଙ୍କ ଜାଇ ଆପଣ ନିଜର ଆକାଉଣ୍ଟ ସହିତ ଫୋନ ନମ୍ବର ପଞ୍ଜିକରଣ କରି ନିଅନ୍ତୁ । ତେବେ ଏହା ହେଇଛି ଏସବିଆଇ ର ଏକ ଭଲ ଯୋଜନା । ଏସ ବି ଆଇ ସାରା ଦେଶରେ ଏହି ସେବା ପ୍ରଦାନ କରିବ ଓ ଏହା ଆଜିଠାରୁ ହିଁ ଲାଗୁ ହେବାକୁ ଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024