ମୁମ୍ବାଇ (ଏଟିଆର ବ୍ୟୁରୋ): ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏକ ଇତିହାସ ରଚିବା ସହିତ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଜ୍ଞା ହଁ ମାନବତା ପାଇଁ ୟୁନିସେଫ୍ ପକ୍ଷରୁ ପ୍ରିୟଙ୍କା ଚୋପ୍ରାଙ୍କୁ ‘ଡାନି କାଏ ହ୍ୟୁମାନିଟାରିଅନ’ ସମ୍ମାନରେ ସମ୍ମାନିତ କରାଯାଇଛି ।
ଚଳିତ ବର୍ଷ ଜୁନ୍ ମାସରେ ୟୁନିସେଫ୍ ୨୦୧୯ ର ପୁରସ୍କାର ବିଜେତା ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । ସେଥିପାଇଁ ମଙ୍ଗଳବାର ସ୍ନୋଫ୍ଲେକ ବଲ୍ ରେ ୟୁନିସେଫ୍ ପକ୍ଷରୁ ପ୍ରିୟଙ୍କାଙ୍କୁ ସମ୍ମାନିତ କରାଯାଇଛି । ୟୁନିସେଫ୍ର ପ୍ରଥମ ଗୁଡୱିଲ ଆମ୍ବାସାଡାର ‘ଡେନି କାଏ’ ଙ୍କ ନାମରେ ଏହି ପୁରସ୍କାରର ନାଁ ରଖାଯାଇଛି । ଯିଏ ଜଣେ ଆମେରିକାର ଅଭିନେତା ସହିତ ସମାଜ ସେବକ ଥିଲେ ।
ଏହି ପୁରସ୍କାର ଗ୍ରହଣ କରିବା ପରେ ପ୍ରିୟଙ୍କା କହିଛନ୍ତି, ‘ସମାଜ ସେବା କୌଣସି ନୁହେଁ ବରଂ ସମାଜ ସେବା ଜୀବନର ଏକ ମାଧ୍ୟମ ପାଲଟି ଯାଇଛି’ । ଏହାସହିତ ସେ ୟୁନିସେଫ୍ ସହିତ ଦର୍ଶ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗୁଡୱିଲ ଆମ୍ବାସାଡାର ହେବାର ଅନୁଭବ ବି ସେୟାର କରିଛନ୍ତି ।