ମୁମ୍ବାଇ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ରର ମହାସରକାର ଶିବଶେନା-କଂଗ୍ରେସ-ଏନସିପିର ସରକାର ଗଠନକୁ ସପ୍ତାହେ ବିତିଗଲାଣି ହେଲେ ଏଯାଏଁ ହୋଇପାରୁନି ବିଭାଗ ଭାଗବଣ୍ଟା । ଗତ ୨୮ତାରିଖରେ ଶପଥ ସମାରୋହ ଉତ୍ସବରେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଅନ୍ୟ ୬ଜଣ ମନ୍ତ୍ରୀ ଶପଥ ନେଇଥିଲେ କିନ୍ତୁ ଏଯାଏଁ ମିଳିପାରିନି ବିଭାଗ । ଏନସିପି ଓ କଂଗ୍ରେସ ମଧ୍ୟରେ ମନ୍ତ୍ରୀପଦକୁ ନେଇଥିବା ଦ୍ୱନ୍ଦ ହିଁ ଏଥିପାଇଁ ଦାୟୀ ବୋଲି କୁହାଯାଉଛି ।
ଜଣେ ମନ୍ତ୍ରୀ ଏହି ପ୍ରସଙ୍ଗରେ କହିଛନ୍ତି ‘ଯଥାଶୀଘ୍ର ମନ୍ତ୍ରୀମାନଙ୍କୁ ଦ୍ୱାୟିତ୍ୱ ମିଳିଯିବ ବୋଲି ଆଶା କରୁଛୁ, ଗୁରୁତ୍ୱପୁର୍ଣ୍ଣ ବିଭାଗ ପାଇଁ ସମସ୍ତଙ୍କ ଆଗ୍ରହ ଥିବାରୁ ଏଥିରେ ବିଳମ୍ବ ହେଉଥିବାର ଜଣାପଡୁଛି । ନିର୍ବାଚନ ସରିବାକୁ ମାସେ ବିତିଯାଇଥିବାରୁ ଏହି ବିଳମ୍ବ ଶାସନଗତ ସମସ୍ୟା ମଧ୍ୟ ସୃଷ୍ଟି କରୁଛି’
ଗତ ୨୮ ତାରିଖରେ ଉଦ୍ଧବ ଠାକରେଙ୍କ ସହ ଏନସିପିରୁ ଜୟନ୍ତ ପାଟିଲ ଓ ଛଗନ ଭୁଜବଳ, କଂଗ୍ରେସରୁ ବାଲାସାହେବ ଥରୋଟ ଓ ନିତିନ ରାଉତ ଏବଂ ଶିବଶେନାରୁ ଏକନାଥ ସିନ୍ଦ ଓ ସୁବାଷ ଦେଶାଇ ଶପଥ ଗ୍ରହଣ କରିଥିଲେ ।