ପୁନେ( ଏଟିଆର ବ୍ୟୁରୋ): ପୁନେରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ସେଠାରେ ତାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି ନୂଆ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡବିସନ ଓ ଅମିତ ଶାହାଙ୍କ ଉପସ୍ଥିତିରେ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସାକ୍ଷାତକାର । ପ୍ରଧାନମନ୍ତ୍ରୀ ଡିଜିପି ଓ ଆଇଜିପି ମମ୍ମିଳନୀରେ ଯୋଗ ଦେବାକୁ ମୋଦି ପୁନେ ଗସ୍ତରେ ଅଛନ୍ତି । ଗତକାଲି ରାତିରେ ବିମାନ ବନ୍ଦରରେ ଏହି ସାକ୍ଷାତକାର ହୋଇଛି । ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଶିବସେନା ଓ ବିଜେପି ମିଳିତ ଭାବେ ନିର୍ବାଚନ ଲଢିଥିଲେ ।
ମାତ୍ର ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ଯାହା ଫଳରେ ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା । ପରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଏହି ଭିତରେ ପୁଣି ବିଜେପିର ଦେବେନ୍ଦ୍ର ଫଡବିସନ ଏନସିପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ପରେ ସୁପ୍ରିମକୋର୍ଟକୁ ଏହି ମାମଲା ଯିବା ପରେ ବିଜେପି ଏଥିରୁ ଓହରି ଯାଇଥିଲା । ଏଠାରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ମେଣ୍ଟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।