ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯେତେବେଳେ ଗୋଟେ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସେ ଆଉ ତାକୁ ନେଇ ଜନ ଆନ୍ଦୋଳନ ତେଜେ ସେତେବେଳ ସମସ୍ତଙ୍କ ଓଠରେ ସେହି ଗୋଟିଏ କଥା ଶୁଣିବାକୁ ମିଳିଥାଏ । ଦୋଷୀକୁ ଫାଶୀ ଦିଆଯାଉ । ତେବେ ଆସନ୍ତୁ ଜାଣିବା ସେହି ଫାଶୀ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା । କିଭଳି ତିଆରି କରାଯାଏ ଫାସୀ ଦଉଡି ।
ଆପଣମାନେ ଗୋଟିଏ କଥା ଜାଣିଲେ ଚକିତ ହୋଇଯିବେ । ସାରା ଦେଶରେ ଯେଉଁଠି ବି ଫାଶୀ ଦିଆଯାଏ । ସେଥିପାଇଁ ଫାଶୀ ଦଉଡି କେବଳ ବିହାରର ବକ୍ସର ଜେଲରୁ ଆସିଥାଏ ।
ଆଉ ଫାଶୀ ପାଇଁ ତିଆରି ହେଉଥିବା ରଶି କେବଳ ମନିଲା ନାମକ ଏକ ରଶିରୁ ତିଆରି କରାଯାଇଥାଏ । ଯେଉଁ ବ୍ୟବସ୍ଥା ଇଂରେଜ ଅମଳରୁ ରହି ଆସିଛି । ଆଉ ଫାଶୀ ଦିଆଯିବା ପାଇଁ ହେଉଥିବା ରଶିର ଲମ୍ବ ରହିଥାଏ ୨୦ ଫୁଟ । ଇଂରେଜ ଅମଳରୁ ଏହି ରଶିକୁ ବକ୍ସର ଜେଲରେ ରହିଥିବା କଏଦୀ ମାନେ ତିଆରି କରି ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା କାହଁକି ସୂର୍ଯ୍ୟଦୟ ପୂର୍ବରୁ ଦୋଷୀକୁ ଫାଶୀ ଦିଆଯାଇଥାଏ । ତେବେ ଏହା ଭିତରେ ସେମିତି କିଛି ପ୍ରମୁଖ କାରଣ ନଥାଏ । ଜେଲରେ ଅନ୍ୟ କାର୍ଯ୍ୟ ଗଡିକ ବନ୍ଦ ନହେବା ପାଇଁ ଏଭଳି କରାଯାଇଥାଏ ।