ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଲୋକସଭାରେ ଆଗତ ହୋଇପାରେ ନାଗରିକ ସଂଶୋଧନ ବିଲ । ଆଜି ଏହି ବିଲକୁ ଗୃହରେ ଅମିତ ଶାହା ଆଗତ କରିବେ । ଏନେଇ ବିଜେପି ପକ୍ଷରୁ ଗୃହରେ ସମସ୍ତ ସାଂସଦ ଉପସ୍ଥିତ ରହବା ପାଇଁ ହୁଇପ ଜାରି ହୋଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ସବୁ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦେଶ ହୋଇଛି । ଏହି ବିଲରେ ପାକିସ୍ତାନ, ବାଲାଂଦେଶ ଓ ଆଫଗାନିସ୍ତାନର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିଛି ।
ଅନ୍ୟପଟେ ପୂର୍ବାଞ୍ଚଳ ଜିଲ୍ଲାମାନଙ୍କରେ ଏହାକୁ ବିରୋଧ କରାଯାଉଛି । ସେହିଭଳି ଏହି ପ୍ରସ୍ତାବକୁ ଗୃହରେ କଂଗ୍ରେସ ବିରୋଧ କରିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ପୂର୍ବରୁ ଯେଉଁ ଶରଣାର୍ଥୀ ମାନେ ଭାରତରେ ଦୀର୍ଘଦିନ ହେଲା ରହି ଆସୁଛନ୍ତି ସେମାନଙ୍କୁ ଭାରତର ନାଗରିକ ଦିଆଯାଉ ନାହିଁ । ଏହି ବିଲରେ ସଂଶୋଧନ ଆସିଲେ ଅଣମସୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ।