ମୁମ୍ବାଇ(ଏଟିଆର ବ୍ୟୁରୋ): ଆଜି ମହାରାଷ୍ଟ୍ରରେ ବିଧାନସଭା ବାଚସ୍ପତି ନିର୍ବାଚନ । ବାଚସ୍ପତି ପଦ ପାଇଁ ପାର୍ଥୀ ଛିଢ଼ା କରିବାର ବିଜେପିର ଅଧୀକାର ରହିଥିବାରୁ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ । ବାଚସ୍ପତି ଦୌଡରେ ଆଗରେ ଶାସକ ଶିବଶେନା-ଏନସିପି-କଂଗ୍ରେସ ପାର୍ଥୀ ନାନା ପଟୋଲେ ରହିଥିବା ବେଳେ ସେପଟେ ବିଜେପି ପାର୍ଥୀ କିଶାନ କାଠୋରେ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।
ତେବେ ମହାରାଷ୍ଟ୍ରରେ ବିଧାନସଭା ବାଚସ୍ପତି ବିନା ପ୍ରତିଦ୍ୱନ୍ଦିତାରେ ଚୟନ କରିବାର ପ୍ରଥା ରହି ଆସିଛି ତେଣୂ ଏହା ଏଥର ମଧ୍ୟ ବଜାୟ ରହିବ ବୋଲି କଂଗ୍ରେସ ଆଶା ବ୍ୟକ୍ତ କରିଛି ।
ନାନା ପଟୋଲେ ବିଦର୍ଭର ସାକୋଲି ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିବା ବେଳେ କିଶାନ କାଠୋରେ ଥାନେ ଜିଲ୍ଲାର ମୂର୍ବାଦ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଉଭୟ ଏଥର ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ଚୟନ ପରେ ଆଜି ଅପରାହ୍ନ ୪ଟାରେ ବିଧାନସଭାକୁ ସମ୍ବୋଧିତ କରିବେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ।