ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଗତକାଲି ଠାରୁ ଲିଙ୍ଗରାଜ ମନ୍ଦିରର ଚାରିପଟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଲିଙ୍ଗରାଜ ମନ୍ଦିର ପରିସରର ଉନ୍ନତିକରଣ ପାଇଁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି ବି ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି । ତେବେ ଗତ କାଲି ଲିଙ୍ଗରାଜ ମନ୍ଦିର ଚାରି ପାଖରେ ଥିବା ଛୋଟ ବଡ ୬୬ ଟି ଦୋକାନ ଭଙ୍ଗା ଯାଇଥିବାର ସୂଚନା ମିଳିଛି । ବେଆଇନ ଭାବେ ନିର୍ମାଣ କରାଯାଇଥିବା ବିଭିନ୍ନ ଦୋକାନ ଗୁଡିକ ଗତକାଲି ଭଙ୍ଗା ଯାଇଛି ।
ଏହା ସହ ରାସ୍ତାକୁ ମାଡି ତିଆରି କରାଯାଇଥିବା ଦୋକାନ ଓ ରାସ୍ତାରେ ତିଆରି ହୋଇଥିବା ଦୋକାନ ଗୁଠିକୁ ଭଙ୍ଗା ଯାଇଛି । ଏହା ବ୍ୟତୀତ ୪ଟି ଝୁମ୍ପୁଡି ଓ ୨ଟି ଚଉତରା ମଣ୍ଡପକୁ ମଧ୍ୟ ଉଚ୍ଛେଦକାରୀ ଟିମ ଦ୍ୱାରା ଭାଙ୍ଗା ଯାଇଛି । ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଭଜନ ମଣ୍ଡପକୁ ଉଚ୍ଛେଦ କଲା ବେଳେ ଶହ ଶହ ଲୋକ ଏହାକୁ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଇଛି । ଅନ୍ୟପଟେ ବ୍ୟବସାୟୀ ସଂଘ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରାଯାଇ ଯେଉଁ ମାନଙ୍କର ଦୋକାନ ଭଙ୍ଗା ଯାଇଛି ସୋମାନଙ୍କୁ କ୍ଷତି ପୂଣଣ, ସ୍ଥାୟୀ ବାସଗୃହ ଦିଆଯିବା ପରେ ଉଚ୍ଛେଦ ପ୍ରକ୍ରିୟା କରିବା ପାଇଁ ଦାବୀ କରାଯାଇଛି ।