ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ପରେ ଏବେ ଗ୍ରାହକଙ୍କ ପାଇଁ ବଡ ଉପହାର ଆଣିଛି ଘରୋଇ କ୍ଷେତ୍ରରେ ସବୁଠାରୁ ବଡ ବ୍ୟାଙ୍କ ଏଚଡିଏଫସି । ଆଜ୍ଞା ହଁ ଏଚଡିଏଫସି ବ୍ୟାଙ୍କ ବି ତାର ମାର୍ଜିନାଲ କାଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (ଏମସିଏଲଆର) ରେ ହ୍ରାସ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ଫାଇଦା ହେବ, କାରଣ ଏବେ ଶସ୍ତାରେ ମିଳିବ ଋଣ ।
ଏଚଡିଏଫସି ତାର ଏମସିଏଲଆରରେ ୧୫ ବିପିଏସ ପର୍ଯ୍ୟନ୍ତ ହ୍ରାସ କରିଛି । ଏହି ନୂତନ ଦର ଡିସେମ୍ବର ୭ ରୁ ଲାଗୁ ହୋଇଗଲାଣି । ହ୍ରାସ ହେବା ପରେ ଛଅ ମାସର ଏମସିଏଲଆର ଏବେ ଆଠ ପ୍ରତିଶତ ହୋଇଯାଇଛି । ଏଥିରେ ୧୦ ବିପିଏସ ହ୍ରାସ ହୋଇଛି । ପୂର୍ବରୁ ଏହାର ଦର ୮.୧୦ ପ୍ରତିଶତ ଥିଲା । ଗୋଟେ ବର୍ଷର ଏମସିଏଲରେ ୧୫ ବିପିଏସର ହ୍ରାସ ହୋଇଛି । ଏହାର ନୂତନ ଦର ୮.୧୫ ପ୍ରତିଶତ ହୋଇଛି । ପୂର୍ବରୁ ଏହା ୮.୩୦ ପ୍ରତିଶତ ଥିଲା ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା କି, ରେପୋ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାସହିତ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜିଡିପି ହ୍ରାସ କରାଯାଇଥିଲା । ବର୍ତ୍ତମାନ ରେପୋ ଦର ୫.୧୫ ପ୍ରତିଶତ ରହିଛି ।