ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ୨୦୨୨ ସୁଦ୍ଧା କରୋନା ଟିକା ବା ଭାକ୍ସିନ ଆସିବ । କିନ୍ତୁ ଏହା ୨୦୧୪ ପର୍ଯ୍ୟନ୍ତ ବିଶ୍ୱରେ ସମସ୍ତଙ୍କ ପାଇଁ ସଠିକ ପରିମାଣରେ ଉପଲବ୍ଧ ହୋଇ ପାରିବ ନାହିଁ ବୋଲି ସେରମ ଇଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ମତ ଦେଇଛନ୍ତି । ସେ କହିଛନ୍ତି ଏତେ ମାତ୍ରାରେ କରୋନା ରୋଗୀ ବଢୁଛନ୍ତି ତେଣୁ ତାଙ୍କ ପାଇଁ ସେତେ ପରିମାଣର ଡୋଜ ପ୍ରସ୍ତୁତ କରି ୨୦୨୪ ସୁଦ୍ଧା ସମସ୍ତଙ୍କୁ ତାହା ଦବା ସମ୍ଭବ ହୋଇ ନପାରେ । କୋଭିଡ-୧୯ ଭାକ୍ସିନ ୨ଟି ଡୋଜ ବିଶିଷ୍ଟ ହୋଇ ଥାଏ ତେବେ ସମଗ୍ର ବିଶ୍ୱର ଲୋକଙ୍ଗୁ ଭାକ୍ସିନ ଦେବା ପାଇଁ ପ୍ରାୟ ୧୫ ବିଲିୟନ ଡୋଜ ଦରକାର । ଏତେ କମ ସମୟ ମଧ୍ୟରେ ଏତେ ପରିମାଣର ଜୋଡ ଦେବା ବହୁତ ବଡ କାମ । ତେଣୁ ଏଥି ପାଇଁ ନିହାତି ୪ରୁ ୫ ବର୍ଷ ସମୟ ଲାଗିବ ।
କୋଭିଡ-୧୯ ଭାକ୍ସିନ ବାହାର କରିବା ପାଇଁ ସେରମ ଇଷ୍ଟିଟ୍ୟୁଟଟ ଅଫ ଇଣ୍ଡିଆ ବର୍ତ୍ତମାନ ୫ଟି ଅନ୍ତର୍ଜାତୀୟ ଫାର୍ମରେ ମିଳିତ ଭାବେ କାମ କରୁଛି । ସବୁଠୁ ଅଧିକ ପରିଚିତ ଥିବା ଅକ୍ସଫୋର୍ଡର ଭାକ୍ସିନ ପାଇଁ ଅଷ୍ଟ୍ରାଜେନେକା ଓ ନୋଭାଭାକ୍ସ ସହିତ ମଧ୍ୟ କାମ କରୁଛି ।ଇଁ ସେରମ ଇଷ୍ଟିଟ୍ୟୁଟ୍ । ଏହା ସହିତ ଏହି ସଂସ୍ଥା ୧ ମିଲିୟନ ଡୋଜ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରୁଛି । ଏହାର ଅଧା ଭାରତକୁ ମଧ୍ୟ ଦିଆଯିବ । ଭାକ୍ସିନର ମବଲ୍ୟ ରହିବ ୨୦୦ ରୁ ୨୫୦ ଟଙ୍କା । ଯାହାକି ସମସ୍ତେ କିଣି ପାରିବେ କିନ୍ତୁ ୨୦୨୪ ମଧ୍ୟରେ ଏହା ସମସ୍ତଙ୍କୁ ଦେବା ନିଶ୍ଚିତ ହୋଇ ନପାରେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024