ୱାସିଙ୍ଗଟନ(ଏଟିଆର ବ୍ୟୁରୋ): ଏବେ ଚାକିରି ପାଇଁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି କରୋନା ମହାମାରୀ ସମୟରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ରହିଛି ଖୁସି ଖବର । କାହିଁକିନା ଆମାଜନ ଦବାକୁ ଯାଉଛି ଲୋକଙ୍କୁ ନିଯୁକ୍ତି । ଇ-କମର୍ସ କମ୍ପାନୀ ଆମାଜନ୍ ବର୍ତ୍ତମାନ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବା ନାଇ ଘୋଷଣା କରିଛି । ତେବେ ଏ ନୂଆ ନିଯୁକ୍ତି ଅସ୍ଥାୟୀ ଓ ସ୍ଥାୟୀ ଉଭୟ ପଦରେ କରାଯିବ। ଏହି ନିଯୁକ୍ତି ଛୁଟିଦିନରେ କରାଯାଉଥିବା ଭର୍ତି ଭଳି ହେବ ନାହିଁ। ଆମାଜନ ୱେୟାର ହାଉସର ଦେଖାଶୁଣା କରୁଥିବା ଏଲିସିୟା ବୋଲର ଡେଭିସ୍ କହିଛନ୍ତି କମ୍ପାନି କିଛି ସହରରେ ହଜାରେ ଡଲାରର ସାଇନ-ଅନ୍ ବୋନସ୍ ଉପସ୍ଥାପିତ କରୁଛି, ଯେଉଁଠି ଡେଟ୍ରାୟଟ୍, ନ୍ୟୁୟର୍କ, ଫିଲାଡେଲଫିଆ ଓ ଲୁଇସଭିଲେରେ ଶ୍ରମିକଙ୍କୁ ଖୋଜିବାରେ କଷ୍ଟକର ହୋଇପାରେ। ଆମାଜନ ପ୍ରାରମ୍ଭିକ ଦରମା ଘଣ୍ଟା ପ୍ରତି ରହିବ ୧୫ ଡଲାର ଅର୍ଥାତ୍ ୧୧୦୨.୬୩ ଟଙ୍କା ରହିବ । ବର୍ତ୍ତମାନ କୋଭିଡ-୧୯ ଭଳି ମହାମାରୀ ସମୟରେ ଲୋକେ ଅଲନାଇନ ସପିଙ୍ଗ ଉପରେ ଅଧିକ ନିର୍ଭରଶୀଳ ହୋଇଛନ୍ତି , ତେଣୁ ଆମାଜନ ଇ-ସପିଙ୍ଗର ମଧ୍ୟ ଚାହିଦା ବଢିଛି । ଏଥିପାଇଁ ଆମାଜନରେ କାମ କରିବା ନିମନ୍ତେ ସେହିଭଳି ଷ୍ଟାଫଙ୍କର ଆବଶ୍ୟକତା ଅଛି । ସେଥି ପାଇଁ ନୂତନ ନିୟୋଜିତ ପ୍ରକ୍ରିୟା ଆରମ୍ଭ ହେବ ।
ଗ୍ରାହକଙ୍କ ଅର୍ଡର ପୂରା କରିବା ପାଇଁ କମ୍ପାନି ପୂର୍ବରୁ ଚଳିତ ବର୍ଷ ୧,୭୫ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥାନ୍ତା। ଗତସପ୍ତାହରେ କମ୍ପାନି କହିଥିଲା ଯେ ତା’ପାଖରେ ୩୩ ହଜାରେ କର୍ପୋରେଟ୍ ଓ ଟେକ୍ନିକାଲ ଚାକିରି ଅଛି। ଏହି ପଦରେ ହିଁ ସେ ଲୋକଙ୍କୁ ଭର୍ତି କରି ନିଯୁକ୍ତି ଦେଇଥାନ୍ତା। ଶହେ ନୂଆ ଷ୍ଟୋରହାଉସ୍, ପ୍ୟାକେଜ ସଟିଂ କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ନୂଆ ଲୋକଙ୍କ ଆବଶ୍ୟକତା ଥିବା କମ୍ପାନି କହିଛି। ତେଣୁ ଆହୁରି ନୂତନ ପଦବୀ ମଧ୍ୟ ସୃଷ୍ଟି କରାହେବାର ସମ୍ଭାବନା ରହିଛି । ଏଥିପାଇଁ ଆମାଜନରେ ନିଜ ଯୋଗ୍ୟତା ଅନୁସାରେ ଜଣେ ଚାକିରି ପାଇ ପାରବେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024