ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ପରୀକ୍ଷା ଫଳାଫଳ । ପରୀକ୍ଷାର୍ଥି ମାନେ ଅଫିସିଆଲ ୱେବସାଇଟ jeeadv.ac.in କୁ ଯାଇ ସେମାନଙ୍କର ରେଜଲ୍ଟ ଦେଖି ପାରିବେ । ଫଳାଫଳ ପ୍ରକାଶ ହେବା ମାତ୍ରେ ହିଁ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଭଲ ର୍ୟାଙ୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ଅକ୍ଟୋବର ୬ ରୁ ନଭେମ୍ବର ୯ ତାରିଖ ମଧ୍ୟରେ ଆରମ୍ଭ ହୋଇଯିବ କାଉନସେଲିଂ ପ୍ରକ୍ରିୟା । ସେପଟେ ଓଡିଶାରୁ ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ କୋଭିଡ ଗାଇଡଲାଇନ ପାଳନ କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ଓଡିଶାର ୫ ଟି ସହରରେ ଏକ ହଜାର ୧୫୦ ଟି ସେଣ୍ଟରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।