ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ବଢୁଥିବା ଦୁଷ୍କର୍ମକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଲୋକସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି , ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଚୁପ୍ ରହିବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଏବେ ଭାରତ ଧୀରେ ଧୀରେ ‘ମେକ୍ ଇନ୍ ଇଣ୍ଡିଆ’ ରୁ ‘ରେପ୍ ଇନ୍ ଇଣ୍ଡିଆ’ ଆଡକୁ ଗତି କରୁଛି ।
ସେପଟେ ଲୋକସଭାରେ ଅଧୀର ରଞ୍ଜନଙ୍କ ଏହି ବୟାନ ପରେ ହଙ୍ଗମା ହେବା ଆରମ୍ଭ ହୋଇଯାଇଥିଲା ।
ଲୋକସଭାରେ ଅଧୀର ରଞ୍ଜନ ଦେଇଥିବା ଏହି ବୟାନରେ କହିଛନ୍ତି କି,ଭାରତରେ କାଠୁଆଠୁ ନେଇ ଉନ୍ନାଓ ପର୍ଯ୍ୟନ୍ତ, ପ୍ରତ୍ୟେକ ଦିନ ଗୋଟେ ପରେ ଗୋଟେ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଦୁଷ୍କର୍ମ ପରେ ପୀଡିତାକୁ ଜିଅନ୍ତା ଜାଳି ଦେଉଛନ୍ତି ଦୁଷ୍କର୍ମକାରୀ । ଦେଶରେ ନିୟମିତ ୧୦୬ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି ଏବଂ ଏଥିରେ ୪୦ ପ୍ରତିଶତ ନାବାଳିକା । ଏଥିମଧ୍ୟରୁ କେବଳ ଗୋଟେ ମାମଲାରେ ଦଣ୍ଡ ମିଳିଥାଇ ପାରେ ।