ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଠାରୁ ମୋ ସରକାର ଅଧୀନରେ କୃଷି ବିଭାଗ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଆସିବ । ଆଜି ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ବହୁ ସମୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ବହୁ ଦୁର୍ନିତି ଅଭିଯୋଗ ଆସିଥାଏ । ତେବେ ଏହାକୁ ସୁଧାରିବା ପାଇଁ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଏହି ବିଭାଗ ଗୁଡିକୁ ଆଣୁଛନ୍ତି ।
ଏହି ଯୋଜନା ଲାଗୁ ହେବା ପରେ ହିତାଧିକାରୀଙ୍କ ମତାମତ ଉପରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯିବ । ସବୁ ସ୍ତରରେ ଆପତ୍ତି ଅଭିଯୋଜକୁ ଗ୍ରହଣ କରା ଯାଇ ଏହା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ଚିକିତ୍ସା ବିଭାଗ ମୋ ସରକାର ଅଧୀନରେ ଆସିବା ଦିନ ଠାରୁ ସରକାରୀ ମେଡିକାଲେ ରେ ହେଉଥିବା ଅବେହେଲାକୁ ଠିକ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ତେବେ ଦେଖିବାର ଅଛି ଯେ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୋ ସରକାର ଅଧିନକୁ ଆସିଲା ପରେ କୃଷି ଓ କୃଷକ ମାନଙ୍କର କେତେ ବିକାଶ ହେଉଛି ।