ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଜୁନ ୧୭ରେ ଖୋଲିବ ନାହିଁ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହା ସହ ସେ କହିଛନ୍ତି ଗତକାଲି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ ଆସିଛି । ସେଥିରେ ଜୁଲାଇ ମାସରେ ସ୍କୁଲ ଖୋଲିବାକୁ ଅନୁମତି ଅଛି । ତେବେ ସେହି ଗାଇଡ ଲାଇନ ଅନୁସାରେ ଜୁନ ୧୭ର ସ୍କୁଲ ଖୋଲିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ଦୁଇ ମାସରୁ ଅଧିକ ଦିନ ହେବ ସ୍କୁଲ ଗୁଡିକ ବନ୍ଦ ହୋଇରହିଛି । ତେବେ ୪ର୍ଥ ପର୍ଯ୍ୟାୟର ଲକ୍ ଡାଉନ୍ ପରେ ଜୁନ ୧୭ ତାରିଖରେ ସ୍କୁଲ ଖୋଲିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଥିଲା । ହେଲେ ଗତକାଲି କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ ଆସିଛି ।
ନୂଆ ଗାଇଡ ଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜୁନ ୮ ତାରିଖ ପରେ ମନ୍ଦିର, ହୋଟେଲ, ସଫିଂ ମଲ ଖୋଲିବ । ଏହା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ କଥ ହୋଇ ସ୍ଥିତି ପରକ୍ଷୀ ସ୍କୁଲ ଖୋଲିବା ପାଇଁ ଅନୁମତି ଦେବେ । ସେହିପରି ରାଜ୍ୟ ରାଜ୍ୟ ଭିତରେ ଚଳାଚଳ କରିହେବ ବୋଲି ଜଣାପଡିଛି । ତେବେ ଗତକାଲିର ଆସିଥିବା ଗାଇଡ ଲାଇନ ଅନୁସାରେ କଣ୍ଟେନମେଣ୍ଟ ଜୋନ ମାନଙ୍କରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଳବତ୍ତ ରହିବ । ଏହା ସହ ଆସନ୍ତା କାଲି ଠାରୁ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।