ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରଖଣ୍ଡର ଏକ ରାଲିରେ ଦେଇଥିବା ବୟାନକୁ ନେଇ ଆଜି ଲୋକସଭା ଏବଂ ରାଜ୍ୟସଭାରେ ହଙ୍ଗାମା ହୋଇଛି । ରାଲି ଅବସରରେ ରାହୁଲ କହିଥିଲେ କି ‘ମେକ୍ ଇନ୍ ଇଣ୍ଡିଆ ଏବେ ରେପ୍ ଇନ୍ ଇଣ୍ଡିଆ’ । ଏହାପରେ ବିଜେପିର ମହିଳା ସାଂସଦ ରାହୁଲଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ । ମାତ୍ର ରାହୁଲ କ୍ଷମା ମାଗିବେନି ବୋଲି ସିଧା ମନା କରିବା ସହ କହିଛନ୍ତି କି ମୁଁ କ୍ଷମା ମାଗିବି ନାହିଁ । ଏବେ ପୂର୍ବ-ଉତ୍ତର ଜଳୁଛି ଏଥିରୁ ଧ୍ୟାନ ହଟାଇବା ପାଇଁ ଏହି ଅଭିଯୋଗ ଲଗାଯାଇଛି ।
ରାହୁଲ ଗାନ୍ଧୀ କହିଛନ୍ତି , ମୁଁ ଏହି ପ୍ରସଙ୍ଗରେ କୌଣସି କ୍ଷମା ମାଗିବି ନାହିଁ । ପ୍ରକୃତ ପ୍ରସଙ୍ଗ ହେଉଛି ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହା ପୂରା ପୂର୍ବ-ଉତ୍ତରକୁ ଜଳାଇଛନ୍ତି । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ମୋଦି ଜୀ ଏବଂ ବିଜେପି ଏବେ ମୋତେ ଟାର୍ଗେଟ କରିଛି । ମୁଁ ଆପଣଙ୍କର ମନେପକାଇ ଦେବାକୁ ଚାହିଁବି କି ନରେନ୍ଦ୍ର ମୋଦି କିଛି ବର୍ଷ ପୂର୍ବେ ଦିଲ୍ଲୀକୁ ରେପ୍ କ୍ୟାପିଟେଲ ବୋଲି କହିଥିଲେ । ଏହାସହିତ ମୁଁ ଏଠାରେ ଆଉଥରେ ମୋ ବୟାନକୁ ଦୋହରାଇବି । ନରେନ୍ଦ୍ର ମୋଦି ମେକ୍ ଇନ୍ ଇଣ୍ଡିଆ ବୋଲି କହିଥିଲେ, ଆମେ ଭାବୁଥିଲୁ କି ଖବରକାଗଜରେ ମେକ୍ ଇନ୍ ଇଣ୍ଡିଆର ଛବି ବାହାରିବ । ମାତ୍ର ଆଜି ଯେତେବେଳେ ଆମେ ଖବର କାଗଜ ପୃଷ୍ଠା ମେଲାଉଛୁ
ପ୍ରତ୍ୟେକ ସ୍ଥାନରେ ଖାଲି ରେପ୍ ଇନ୍ ଇଣ୍ଡିଆ ଦେଖାଯାଉଛି ।