ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ମଧ୍ୟ ଓଟିଟି ପ୍ଲାଟଫର୍ମର ଟ୍ରେଣ୍ଡ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଆମାଜନ୍ ପ୍ରାଇମ ଏବଂ ନେଟଫ୍ଲିକ୍ସ ଭଳି ଓଟିଟି ପ୍ଲାଟଫର୍ମ ଅଧିକ ଲୋକପ୍ରିୟ ହୋଇଛି । ଅନ୍ୟ ଆପ୍ ତୁଳନାରେ ଏମାନଙ୍କର ସବସ୍କ୍ରିପସନ ଅଧିକ ରହିଛି । ଅଧିକ ନଂ ଯୋଗୁଁ ସମସ୍ତ ୟୁଜର୍ସଙ୍କୁ ଆପ୍ ସବସ୍କ୍ରିପସନ ମିଳୁନାହିଁ । କିନ୍ତୁ ଅଲଗା ଅଲଗା କଣ୍ଟେଟ ଯୋଗୁଁ ଆପ୍ ର ଆବଶ୍ୟକ ପଡୁଛି । ସେଥିପାଇଁ ଆଜି ଆମେ ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ଜରିଆରେ ଆପଣ ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସ ମାଗଣାରେ ସବସ୍କ୍ରିପସନ କରିପାରିବେ ।
୩୯୯ ଟଙ୍କିଆ ଜିଓ ପୋଷ୍ଟପେଡ୍ ପ୍ଲାନ୍: ଯଦି ଆପଣ ମାଗଣାରେ ନେଟଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମର ମଜା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ନିକଟରେ ପ୍ରଥମ ଅପ୍ସନ ଜିଓ ପୋଷ୍ଟପେଡର ଏହି ୩୯୯ ଟଙ୍କିଆ ପ୍ଲାନ୍ । ଏଥିରେ ଆପଣଙ୍କୁ ଅନଲିମିଟେଡ୍ କଲିଙ୍ଗ, ଗୋଟେଦିନରେ ୧୦୦ ମେସେଜ , ୭୫ ଜିବି ଡାଟା ଏହାସହିତ ନେଟଫ୍ଲିକ୍ସ ଏବଂ ଆମାଜନ୍ ପ୍ରାଇମ ସବସ୍କ୍ରିପସନ୍ ମାଗଣାରେ ମିଳିବ । ସବୁଠୁ ଖାସ୍ କଥା ହେଉଛି ୨୦୦ଜିବି ଡାଟା ରୋଲଓଭର ମଧ୍ୟ ଆସୁଛି ।
୫୯୯ ଟଙ୍କିଆ ଜିଓ ପୋଷ୍ଟପେଡ୍ ପ୍ଲାନ୍: ପୋଷ୍ଟପେଡ କ୍ୟାଟେଗୋରୀରେ ଜିଓର ଏହି ପ୍ଲାନ ସବୁଠାରୁ ଅଧିକ ଲୋକପ୍ରିୟ । ଏହି ପ୍ଲାନରେ ଆପଣଙ୍କୁ ୧୦୦ଜିବି ଡାଟା ମିଳିବ । ଆପଣ ଏଥିରେ ୨୦୦ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର କରିପାରିବେ । ଏଥିରେ ଅନଲିମିଟେଡ କଲିଙ୍ଗ ସହିତ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ମାଗଣାରେ ସବସ୍କ୍ରିପସନ୍ କରିପାରିବେବ ।
୧୧୯୯ ଟଙ୍କିଆ ଏୟାରଟେଲ ପୋଷ୍ଟପେଡ ପ୍ଲାନ୍: ଏହି ପ୍ଲାନରେ ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜନୀ ପ୍ଲସ ହଟଷ୍ଟାରର ସବସ୍କ୍ରିପସ ମାଗଣାରେ ମିଳିବ । ଏହାସହିତ ଏଥିରେ ଅନଲିମିଟେଡ କଲିଂ, ମେସେଜ ଏବଂ ୧୫୦ ଡାଟା ରୋଲଓଭରର ସୁବିଧା ରହିଛି ।