ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଇଦ୍ରାବଦରେ ଜଣେ ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ ଏହି ମାମଲାରେ ଲିପ୍ତ ଥିବା ୪ ଅଭିଯୁକ୍ତୁଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା । ଏହାପରେ ଦୁଷ୍କର୍ମ ମାମଲାରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଲୋକେ ଦାବି କରୁଛନ୍ତି ।
ଇତି ମଧ୍ୟରେ ଆନ୍ଧ୍ର ପ୍ରଦେଶର ବିଧାନସଭା ରେ ଆନ୍ଧ୍ର ପ୍ରଦେଶ ଦିଶା ବିଧେୟକ ୨୦୧୯ (ଆନ୍ଧ୍ର ପ୍ରଦେଶ ଅପରାଧିକ ଆଇନ୍ ସଂଶୋଧନ ଅଧିନିୟମ ୨୦୧୯) ପାରିତ କରାଯାଇଛି । ଏହି ବିଧେୟକରେ ଦୁଷ୍କର୍ମ ଏବଂ ଗଣ ଦୁଷ୍କର୍ମ ଅପରାଧୀଙ୍କ ପାଇଁ ମୃତ୍ୟୁ ଦଣ୍ଡ ଏବଂ ୨୧ ଦିନ ମଧ୍ୟରେ ଏଭଳି ମାମଲାର ପରୀକ୍ଷଣରେ ନିର୍ଣ୍ଣୟ ନେବାର ପ୍ରାବଧାନ ରହିଛି ।
ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଦେଇଥିଲେ । ଏନେଇ ନ୍ୟାୟିକ ଯାଞ୍ଚ କରିବା ପାଇଁ ଆଦେଶ ଦିଆଯାଇଛି । ଅଦାଲତ ପକ୍ଷରୁ ତିନି ଜଣିଆ ନ୍ୟାୟିକ ଆୟୋଗର ପୂର୍ବ ବିଚାରପତି ବି ଏସ ସିରପୁରକରଙ୍କୁ ଦାୟିତ୍ୱ ଦେଇଛନ୍ତି । ସେହିପରି ଯାଞ୍ଚ ଆୟୋଗର ଅନ୍ୟ ସଦସ୍ୟ ମଧ୍ୟରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ପୂର୍ବ ନ୍ୟାୟାଧିଶ ରେଖା ସଂଦୁର ବାଲ୍ଡୋଟା ଏବଂ ସିବିଆଇର ପୂର୍ବ ନିର୍ଦ୍ଦେଶକ ଡି ଆର କାର୍ତ୍ତିକେୟନ ସାମିଲ ଅଛନ୍ତି । ଆଗାମୀ ୬ ମାସ ଭିତରେ ରିପୋର୍ଟ ଦାଖଲ କରିବ ପାଇଁ ଆୟୋଗକୁ ଦାୟିତ୍ୱ ଦିଆଯାଇଛି ।