ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ସେ ଏକମାତ୍ର ଦେବତା ଯାହାଙ୍କ କ୍ରୋଧରେ ମଣିଷ ସମେତ ଦେବା-ଦେବୀ ଥରି ଉଠନ୍ତି । କୁହାଯାଏ ଯାହା ଉପରେ ଶନିଦେବଙ୍କ ବକ୍ର ଦୃଷ୍ଟି ପଡିଥାଏ । ତାଙ୍କର ସମସ୍ତ କାମ ବିଗିଡି ଯାଏ । ଶନିଦେବ କେବଳ ଖରାପ କାମ ପାଇଁ ଫଳ ଦେଇନଥାନ୍ତି ବରଂ ସଚ୍ଚୋଟ ଲୋକଙ୍କ ଭଲ କର୍ମର ବି ଫଳ ପ୍ରଦାନ କରିଥାନ୍ତି ।
ଶନିବ୍ରତ ର ମହତ୍ୱ: ଯେଉଁ ବ୍ୟକ୍ତି ଶନି ମନ୍ତ୍ର ଜପନ୍ତି, ସେମାନେ କରଜରୁ ମୁକ୍ତି ପାଇଥାନ୍ତି । ଶତ୍ରୁଙ୍କୁଠାରୁ ବିଜୟ ପ୍ରାପ୍ତ ହେଇଥାଏ ଏବଂ ବିଭିନ୍ନ ରୋଗରୁ ଛୁଟ୍ କାରା ମିଳିଥାଏ । କେବଳ ଏତିକି ନୁହେଁ ଶନି ବ୍ରତ ଦ୍ୱାରା ସାଢେ ସାତୀ ଶନି ପ୍ରକୋପରୁ ମୁକ୍ତି ମିଳିଥାଏ । ଏହାସହିତ ଗ୍ରହମାନଙ୍କର ନ୍ୟାୟଧିଶ ଏବଂ ଦଣ୍ଡାଧୀକାରୀ ହେଉଛନ୍ତି ଶନି ।
ବ୍ୟକ୍ତିଙ୍କ ଶୁଭ ଏବଂ ଅଶୁଭ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥାନ୍ତି ଶନିଦେବ । କୌଣସି ବିନା କାରଣରେ ସେ କାହାରିକୁ କ୍ଷତି ପହଁଞ୍ଚାନ୍ତି ନାହିଁ । ବ୍ୟକ୍ତିର କର୍ମ ଅନୁସାରେ ହିଁ ତାକୁ ଫଳ ଦେଇଥାନ୍ତି ।
ଶନିଦେବଙ୍କୁ କାହିଁକି ଚଢାଯାଏ ଶୋରିଷ ତେଲ: ମାନ୍ୟତା ରହିଛି କି ଗୋଟେ ଥର ଶ୍ରୀରାମଙ୍କ କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଥିଲେ ଭଗବାନ ହନୁମାନ । ସେହି ସ୍ଥାନରେ ଶନିଦେବ ଭ୍ରମଣ କରୁଥିଲେ । ରାସ୍ତାରେ ହନୁମାନଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେଠାରେ ସେ ରାମଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା ପାଇଁ ପହଁଚିଗଲେ । କୌଣସି ବୀଘ୍ନ ସୃଷ୍ଟି ନକରିବା ପାଇଁ ଶନିଙ୍କୁ ହନୁମାନ ଚେତାବନି ମଧ୍ୟ ଦେଇଥିଲେ । କିନ୍ତୁ ଶନିଦେବ ମାନିନଥିଲେ । ତାପରେ ହନୁମାନ ତାଙ୍କ ଲାଙ୍ଗୁଳରେ ଶନିଦେବଙ୍କୁ ଗୁଡାଇ ଦେଇ ତାଙ୍କ କାମ କରିଥିଲେ । ସେହି ସମୟରେ ହନୁମାନଙ୍କୁ ଏପଟ ସେପଟ ମଧ୍ୟ ହେବାକୁ ପଡିଥିଲା । ଇତିମଧ୍ୟରେ ଶିଦେବଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା । ହନୁମାନଙ୍କ କବଳରୁ ବାହାରିବା ପାଇଁ ଶନିଦେବ ଅନେକ ପ୍ରୟାସ କରିବା ପରେ ବି ବିଫଳ ହୋଇଥିଲେ ।
ସେଥିପାଇଁ ସେ ହନୁମାନଙ୍କୁ ବହୁତ ବିନତି ମଧ୍ୟ କରିଥିଲେ କିନ୍ତୁ ହନୁମାନ ତାଙ୍କ କାର୍ଯ୍ୟରେ ପୂରା ହଜିଯାଇଥିଲେ । ଯେତେବେଳେ ରାମଙ୍କ କାର୍ଯ୍ୟ ଶେଷ ହେଲା ସେତେବେଳେ ଯାଇ ଶନିଦେବଙ୍କ କଥା ହନୁମାନଙ୍କର ମନେ ପଡିଲା । ତାପରେ ଯାଇ ହନୁମାନଙ୍କ କବଳରୁ ମୁକ୍ତି ହୋଇଥିଲେ ଶନିଦେବ ।
ଶନିଦେବଙ୍କୁ ତାଙ୍କ ଭୁଲ୍ ର ଅନୁଭବ ହୋଇଥିଲା ଏବଂ ସେ ହନୁମାନଙ୍କୁ କ୍ଷମା ମାଗିଥିଲେ । ସେ କହିଥିଲେ କି କେବେ ବି ରାମ ଏବଂ ହନୁମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ ନାହିଁ । ଏହାପରେ ଶ୍ରୀହନୁମାନଙ୍କୁ ସୋରିଷ ତେଲ ମାଗିଥିଲେ ଶନିଦେବ । ଯାହାଦ୍ୱାରା ସେହି ସୋରିଷ ତେଲକୁ ଶନିଦେବ ତାଙ୍କ ଶରୀରର କ୍ଷତ ସ୍ଥାନରେ ଲଗାଇଲେ ବହୁତ ଶୀଘ୍ର କ୍ଷତ ସ୍ଥାନ ଭଲ ହେବ । ତାପରେ ହନୁମାନ ତାଙ୍କୁ ତେଲ ଦେଇଥିଲେ । ସେହି ସୋରିଷ ତେଲ ଲଗାଇବା ଦ୍ୱାରା ଶନିଦେବଙ୍କ କ୍ଷତ ସ୍ଥାନ ଭଲ ହୋଇଥିଲା । ସେତେବେଳେ ଶନିଦେବ କହିଥିଲେ ଏହି ସ୍ମୃତିରେ ଯେଉଁ ଭକ୍ତ ଶନିବାର ଦିନ ମୋ ଉପରେ ସୋରିଷ ତେଲ ଚଢାଇବେ ତାଙ୍କ ପାଇଁ ମୋର ବିଶେଷ କୃପା ପ୍ରାପ୍ତ ହେବ ।