ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ଘରେ ଅସରପାଙ୍କ ସଂଖ୍ୟା ବଢିଯାଇଥାଏ । ଅସରପାମାନେ ଘର ଅଳିଆ କରିବା ସହିତ ଆମ ଶରୀରକୁ ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାନ୍ତି ।ଏମାନଙ୍କ ଉପଦ୍ରବରୁ ମୁକ୍ତି ପାଇବାକୁ ଯାଇ ଆମେ ଅନେକ ଖର୍ଚ୍ଚାନ୍ତ ହୋଇଥାଉ । କିନ୍ତୁ କିଛି ଘରୋଇ ଉପାୟରେ ମଧ୍ୟ ଏହି ଅସରପାମାନଙ୍କ ଠାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ
– ୧୦ଗ୍ରାମ ବୋରିକ ଏସିଡ, ଏକ ବଡ ଚାମଚ ଚିନି, ଏକ ବଡ ଚାମଚ ଦହି ଏବଂ ଏକ ବଡ ଚାମଚ ଗହମର ଅଟାକୁ ମିଶାଇ ଛୋଟ ଛୋଟ ଗୁଳା ତିଆରି କରି ଆଲମାରି ଅବା ଫ୍ରିଜରେ ରଖିଲେ ଅସରପା ଆଉ ଘରକୁ ଆସନ୍ତି ନାହିଁ ।
– ତେଜପତ୍ରର ତୀବ୍ର ଗନ୍ଧରେ ମଧ୍ୟ ଅସରପା ପାଖ ମାଡନ୍ତି ନାହିଁ । ତେଣୁ ଘରର ଯେଉଁ କୋଣରେ ଅସରପା ଆସିବାର ସମ୍ଭାବନା ଅଧିକ ଥାଏ ସେଠାରେ ତେଜପତ୍ରକୁ ମଳି ରଖିବା ଦ୍ୱାରା ଏହି ସମସ୍ୟ।ରୁ ମୁକ୍ତି ମିଳିଥାଏ ।
– ତେଜପତ୍ର ଭଳି ଲବଙ୍ଗର ଗନ୍ଧରେ ମଧ୍ୟ ଅସରପାଙ୍କର ନିପାତ ସମ୍ଭବ । ତେଣୁ ରୋଷଇ ଘରେ ଲବଙ୍ଗ ରଖନ୍ତୁ ଯାହାଫଳରେ ଅସରପା ଆଉ ଆସିବେ ନାହିଁ ।
– ବୋରେସ୍କ ପାଉଡର ପକାଇବା ଦ୍ୱାରା ଅସରପାଙ୍କ ବିନାଶ ହୋଇଥାଏ । କିନ୍ତୁ ଏହି ପାଉଡର ବ୍ୟବହାର କରିବା ବେଳେ ସଚେତନତା ଅବଲମ୍ବନ କରିବା ଆବଶ୍ୟକ କାରଣ ଏହା ଛୋଟ ପିଲାଙ୍କ ପ୍ରତି କ୍ଷତି କାରକ ଅଟେ ।