ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଇମ୍ୟୁନ୍ ସିଷ୍ଟମ ମଜବୁତ କରିବା ପାଇଁ କମଳା ଜୁସ୍ ଉପଯୋଗୀ ହୋଇଥାଏ । ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ଏହି ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନାହିଁ । ଇତି ମଧ୍ୟରେ ଯଦି ଆପଣ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେେ ଆପଣମାନେ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ କରନ୍ତୁ । ଏହାବ୍ୟତିତ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଆପଣଙ୍କ ଇମ୍ୟୁନ୍ ସିଷ୍ଟମ ମଜବୁତ କରିବା ନାହାତି ଆବଶ୍ୟକ । ସେଥିପାଇଁ ସଠିକ୍ ଡାଇଟ ର ସେବନ କରିବା ଉଚିତ୍ ।
ସେହି ଅନୁଯାୟୀ ଆପଣମାନେ ବହୁତ ସହଜରେ ଘରେ କମଳା ଜୁସ୍ ତିଆରି କରିପାରିବେ । ନିକଟରେ ୟୁନାଇଷଯଡ୍ ଷ୍ଟେଟ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ଦ୍ୱାରା କମଳା ଉପରେ ଗବେଷଣା କରାଯାଇଥିଲା । ଗବେଷଣା ମୁତାବକ,୧୦୦ କମଳାରେ ପାଖାପାଖି ୫୩.୨ ଗ୍ରାମ ଭିଟାମିନ ସି ମିଳିଥାଏ । ଆପଣମାନେ ଜାଣିବା ଉଚିତ୍ କି କରୋନା ଭାଇରସର ଲକ୍ଷ୍ୟଣ ସାଧାରଣ ଥଣ୍ଡା ଭଳି ହୋଇଥାଏ ।ସେଣ୍ଟର୍ସ ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି କି, ଥଣ୍ଡା , କାଶ, ଜ୍ୱର ଭଳି ଲକ୍ଷ୍ୟଣକୁ କମ୍ କରିବାରେ ଭିଟାମିନ୍ ସି ସହାୟକ ହୋଇଥାଏ । ସେଥିପାଇଁ କମଳା ଜୁସ୍ ଏଭଳି ଲକ୍ଷ୍ୟଣରୁ ଆପଣଙ୍କୁ ରକ୍ଷା କରିପାରିବ ।
ସେହିପରି ନେସନାଲ ସେଣ୍ଟର ଫର ବାୟୋଟେକ୍ନୋଲଜି ଇନଫରମେଶନ ଦ୍ୱାରା ଜାରି କରାଯାଇଥିବା ରିସର୍ଚ୍ଚ ପ୍ରମାଣିତ ହୋଇଛି କ, କମଳାରେ ଭିଟାମିନ୍ ସି ଭୁପୁର ମାତ୍ରାରେ ରହିଛି । ଯାହା ଆଣ୍ଟିଅକ୍ସିଡେଣ୍ଟ ରୂପେ କାମ କରିଥାଏ । ସେଥିପାଇଁ ଏହା ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥାଏ । ଏହାସହିତ ଏହା ଆପଣଙ୍କ ଇମ୍ୟୁନ୍ ସେଲ୍ସକୁ ରିପେୟାର କରି ଆପଣଙ୍କ ଶରୀରକୁ ଆଣ୍ଟିବଡିଜ୍ ପ୍ରବେଶ କରିବାରେ ରୋକିବ । ଯଥା ଆପଣ ଅନେକ ପ୍ରକାରର ଫ୍ଲୁ ର ଲକ୍ଷ୍ୟଣ ରୁ ସଂକ୍ରମିତ ହେବାରେ ରକ୍ଷା ପାଇ ପାରିବେ ।
ଅନ୍ୟପଟେ ଡାକ୍ତରଙ୍କ କହିବାନୁଯାୟୀ, ଭିଟାମିନ୍ ସି ଜରିଆରେ କରୋନା ଭାଇରସର ଚିକିତ୍ସା ସମ୍ଭବ ନୁହେଁ କିନ୍ତୁ ଏହାଦ୍ୱାରା ଫ୍ଲୁ ର ଅନେକ ଲକ୍ଷ୍ୟଣରୁ ରକ୍ଷା ପାଇବା ପାଇଁ ସହାୟକ ମିଳିବ । କାରଣ ଏହା ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିବାର କାମ କରିଥାଏ ।