ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଡାର୍କ ସର୍କଲ ସମସ୍ୟା ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ସଠିକ ସମୟରେ ନଶୋଇବା, ଅଧିକ ସମୟ ପର୍ଯ୍ୟନ୍ତ ମୋବାଇଲ, ଲାପଟପ ସାମ୍ନାରେ ବସିକି ରହିବା । ଏହାଦ୍ୱାର ଡାର୍କ ସର୍କଲ ସମସ୍ୟା ଅଧିକ ବଢିଯାଇଥାଏ । ଯାହାଫଳରେ ମୁହଁ ଅସୁନ୍ଦର ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏଥିରୁ କିଭଳି ଦୂର କରିବେ ଡାର୍କ ସର୍କଲ ।
ଆଜିକାଲିକା ଯୁଗରେ ସମେସ୍ତ ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । କିନ୍ତୁ ଯଦି କୌଣସି କାରଣ ବସତଃ ଆଖି ତଳ କଳା ଦାଗ ଅର୍ଥାତ ଡାର୍କ ସର୍କଲ ପଡିଯାଇଥିବ । ତେବେ ମୁହଁଟା ଅସୁନ୍ଦର ଦେଖାଯାଇଥାଏ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ଡାର୍କ ସର୍କଲ ସମସ୍ୟାକୁ ଦୂରେଇବା ପାଇଁ ଔଷଧ ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଆର୍ୟୁବେଦିକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଡାର୍କ ସର୍କଲ କମ ହୋଇପାରେ ।
ସେଥିପାଇଁ ଆପଣ ପ୍ରଥମେ ଦୁଇ ଚାମଚ ମହୁ ସହିତ ଏକ ଚାମଚ ହଳଦୀ ମିଶାଇ ଭଲ ଭାବେ ଏକ ମିଶ୍ରଣ କରିଦିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଆଖି ତଳେ ହୋଇଥିବା ଡାର୍କ ସର୍କଲ ଉପରେ ହାଲୁକା ହାତରେ ଲଗାଇ ଦିଅନ୍ତୁ । ପାଖାପାଖି ୫ ମିନିଟ ରୁ ୧୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଯଦି ଆପଣ ଏହି ଉପାୟ ଲଗାତର ୩ ରୁ ୪ ଦିନ ପର୍ଯ୍ୟନ୍ତ କରିବେ ତେବେ ଆପଣଙ୍କ ଆଖି ତଳେ ଥିବା କଳା ଦାଗ ସମସ୍ୟା କମ ହୋଇଯିବ । ଏହାସହିତ ନିୟମିତ ଅତିକମରେ ୮ ଘଣ୍ଟା ଶୋଇବା ଉଚିତ୍ । ଯାହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ଅନୁଭବ ହେବ ।