ବାରିପଦା(ଏଟିଆର ବ୍ୟୁରୋ): ଚାଷୀ ହେଉଛନ୍ତି ଦେଶ ଓ ଅର୍ଥନୀତିର ଶକ୍ତି। ଦେଶର ସମୃଦ୍ଧି ହେବା ପଛରେ ଖାସ କରି ରହିଛି ଚାଷୀମାନଙ୍କର ପରିଶ୍ରମ। ସେମାନଙ୍କ ଉନ୍ନତି ଦ୍ୱାରା ହିଁ ଦେଶର ଗୌରବ ଓ ସ୍ୱାଭିମାନ ବୃଦ୍ଧି ପାଇଥାଏ। ବର୍ତମାନ ସମୟରେ ଓଡ଼ିଶାର ଚାଷୀ ବିକାଶର ସାରଥୀ ସାଜିଛନ୍ତି। ଚାଷ ଅଛି ଯାହାର ,କି ଆନନ୍ଦ ତାହାର। ଏହାକୁ ଶତ ପ୍ରତିଶତ ଭାବେ କାର୍ୟ୍ୟରେ କରି ଦେଖାଇଛନ୍ତି ମୟୁରଭଞ୍ଜ ମୋରଡା ବ୍ଲକ ଅଧିନ ପାଟପୁର ଗ୍ରାମର ଜୟପ୍ରକାଶ ରାଉଳ। ନିଜ ସହ ଗାଁ ଲୋକଙ୍କୁ ବି ସ୍ୱାବଲମ୍ବୀ କରାଇଛନ୍ତି। ପ୍ରବଳ ଇଚ୍ଛାଶକ୍ତି ଓ ଦୃଢ଼ ଆତ୍ମବିଶ୍ୱାସ ଯେ ସଫଳତା ଆଣି ଦିଏ ତାହାର ସଦ୍ୟ ଉଦାହରଣ ପାଲଟିଛନ୍ତି ଜୟପ୍ରକାଶ। ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନେକ ଯୁବକଙ୍କୁ ଦେଇଛନ୍ତି ନିଯୁକ୍ତି। ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଗାଁର ୪୦ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଅଳ୍ପଦିନ ଭିତରେ ଜଣେ ସଫଳ ଚାଷୀର ମାନ୍ୟତା ପାଇଥିବା ଜୟପ୍ରକାଶ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଉ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଚାକିରି ପଛରେ ନ ଦୌଡ଼ି ପିଜୁଳି ଚାଷ ପାଇଁ ମନ ବଳାଇଥିଲେ। ତେବେ ୫୦ ଏକର ଜମିରେ ପିଜୁଳି ଚାଷ କରିଛନ୍ତି ଜୟପ୍ରକାଶ। ସେଥିରେ ଉନ୍ନତ ଧରଣର ପିଜୁଳି ବର୍ଷକୁ ତିନି ଥର ରେ ୬୦ଟନ ରୁ ଅଧିକ ଉତ୍ପାଦନ କରିଥାନ୍ତି। ଏହି ପିଜୁଳି ସ୍ଥାନୀୟ ଅଞ୍ଚଳ ତଥା ବାରିପଦା ମାର୍କେଟରେ ବିକ୍ରି ହେବା ସହିତ କଟକ , ସ୍ମାର୍ଟସିଟି ଭୁବନେଶ୍ୱର ସହରରେ ବେଶ ଚାହିଦା ଥିବା ରୁ ସେଠାରେ ମଧ୍ୟ ବିକ୍ରି ହେଉଛି। ତେବେ ମହାମାରୀ କରୋନା ସହିତ ଲକଡାଉନ ଓ ସଟଡାଉନ କାରଣରୁ ବିକ୍ରି କମିଯାଇଛି । ଯେଉଁଥିପାଇଁ ବହୁମାତ୍ରାରେ ପିଜୁଳି ନଷ୍ଟ ହେଉଛି । ଯଦି ସରକାରୀ ସ୍ତରରେ ବ୍ଲକରେ ଗୋଟିଏ ଶୀତଳଭଣ୍ଡାର ହୋଇଥାନ୍ତା ତେବେ ଚାଷୀ ମାନେ ବେଶ୍ ଉପକୃତ ହେଇପାରନ୍ତେ ବୋଲି ଜୟପ୍ରକାଶ ରାଉଳ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024