ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖରାଦିନେ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ । ଏହି ଋତୁରେ ଖରା, ଧୂଳି, ଏବଂ ଝାଳ ପାଇଁ ତ୍ୱଚା ତେଲିଆ ହୋଇଯାଇଥାଏ । ସେହିପରି ସନବର୍ନ, ଟ୍ୟାନିଂ, ତ୍ୱଚା ଝାଉଁଳିଯିବା ସମସ୍ୟା ଅଧିକ ବଢିଯାଇଥାଏ । ଏହି ସସମ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଆଇସିଂ ର ସାହାରା ନେଇପାରିବେ । ଆଇସିଂ କରିବା ଦ୍ୱାରା ତ୍ୱଚାରେ ଚମକ ଆସିବ । ସେହିପରି ଟ୍ୟାନିଂ ସନବର୍ନ, କଳା ଦାଗ, ଘିମିରି, ଆଦିରୁ ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଆଇସିଂ ପାଇଁ କେଉଁ କେଉଁ ଜିନିଷ ବ୍ୟବହାର କରାଯାଇପାରିବ ।
କମଳା ଚୋପା ଆଇସିଂ- ଏହି ଚୋପାକୁ ଆପଣ ଗୁଣ୍ଡ କରି ସେଥିରେ ୧୦ ବୁନ୍ଦା ଗୋଲାପ ଜଳ ମିଶାଇ ଏହି ପେଷ୍ଟକୁ ଆପଣ ଆଇସ ଟ୍ରେରେ ରଖି ଦିଅନ୍ତୁ । ଯେତେବେଳେ ଏହା ବରଫ ହୋଇଯିବ ତାକୁ ତ୍ୱଚାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କଳା ଦାଗ ଏବଂ ଟ୍ୟାନିଂରୁ ରୁ ରକ୍ଷା ମିଳିବ ଏବଂ ତ୍ୱଚାରେ ଚମକ ଆସିବ ।
କାକୁଡି ଆଇସିଂ- ତ୍ୱଚାର ଝାଉଁଳାପଣ ଏବଂ ଟ୍ୟାନିଙ୍ଗ ହଟେଇବା ପାଇଁ ଆପଣ କାକୁଡି ଆଇସିଂ ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଗୋଟେ କାକୁଡି ପେଷ୍ଟ କରିନିଅନ୍ତୁ ଏଥିରେ ୧୦ ବୁନ୍ଦା ଲେମ୍ବୁ ରସ ମିଶାଇ ତାକୁ ଆଇସ ଟ୍ରେରେ ରଖି ଦିଅନ୍ତୁ । ଏହା ବରଫ ହୋଇଗଲା ପରେ ତାକୁ ତ୍ୱଚାରେ ଆଇସିଂ କରନ୍ତୁ ।
ହଳଦୀ ଆଇସିଂ- ତ୍ୱଚାରୁ ଦାଗ ଏବଂ ଘିମିରି ହଟେଇବା ପାଇଁ ଆପଣ ହଳଦି ଆଇସିଂ କରିପାରିବେ । ସେଥିପାଇଁ ଦୁଇଟି ବଡ ଚାମଚ ହଳଦୀ ପାଉଡରକୁ ଏକ ଗ୍ଲାସ ପାଣିରେ ମିଶ୍ରଣ କରିଦିଅନ୍ତୁ । ଏହାପରେ ସେହି ପାଣିକୁ ଆଇସ ଟ୍ରେରେ ଢାଳି ବରଫ କରନ୍ତୁ । ଏହାପରେ ସେହି ଆଇସି କ୍ୟୁବକୁ ତ୍ୱଚାରେ ଘଷନ୍ତୁ । ଯଦି ଆପଣ ଅଧିକ ଥଣ୍ଡା ଅନୁଭବ କରିବେ ତେବେ ସେହି ଆଇସ କ୍ୟୁବକୁ ଏକ ସୂତା କପଡାରେ ବାନ୍ଧି ତ୍ୱଚାରେ ବ୍ୟବହାର କରନ୍ତୁ ।
ଗ୍ରୀନ ଟି ଆଇସିଂ- ଆଇସିଂ ପାଇଁ ଗ୍ରୀନ ଟି ମଧ୍ୟ ଆପଣ ବ୍ୟବହାର କରିପାରିବେ । ସେଥିପାଇଁ ଏକ ବଡ ଚାମଚ ଗ୍ରୀନ ଟିକୁ ଗୋଟେ ଗ୍ଲାସ ପାଣିରେ ୧୦ ମିନିଟ୍ ପାଇଁ ଭିଜାଇ ଦିଅନ୍ତୁ । ଏହାପରେ ତାକୁ ଆଇସ ଟ୍ରେ ରେ ଢାଳି ଫ୍ରିଜରରେ ରଖି ଦିଅନ୍ତୁ । ଯେତେବେଳେ ଏହା ବରଫ ହୋଇଯିବ । ସେହି ଆଇସକ୍ୟୁବକୁ ତ୍ୱଚାରେ ମସାଜ କରନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସିବ ଏବଂ ସମସ୍ତ କଳାଦାଗ ଦୂର ହେବ ।
ଟମାଟର ଆଇସିଂ- ତ୍ୱଚା ପାଇଁ ଉପଯୋଗୀ ଟମାଟର । ଏହାକୁ ମଧ୍ୟ ଆପଣ ଆଇସିଂ ପାଇଁ ବ୍ୟବହାର କରିପାରିବେ । ସେଥିପାଇଁ ଦୁଇରୁ ତିନୋଟି ଟମାଟରର ରସ ବାହାର କରି ତାକୁ ଆଇଟ୍ରେରେ ଢାଳି ଫ୍ରିଜରରେ ରଖିଦିଅନ୍ତୁ । ଯେତେବେଳେ ଏହା ବରଫ ହୋଇଯିବା ତାପରେ ତାକୁ ତ୍ୱଚାରେ ଆଇସଂ କରିପାରିବେ । ଏହାଦ୍ୱାରା ଟ୍ୟାନିଂ କମ ହେବ ତ୍ୱଚାରେ ଚମକ ଆସିବ ।
ଘିକୁଆଁରି ଆଇସିଂ- ଫ୍ରେସ ଘିକୁଆଁରି ରସକୁ ବାହାର କରି ଭଲ ଭାବେ ଫେଣ୍ଟି ଦିଅନ୍ତୁ । ସେଥିରେ ୧୦ ବୁନ୍ଦା ଗୋଲାପ ଜଳ ମିଶାଇ ତାକୁ ଆଇସ ଟ୍ରେରେ ଢାଳି ଫ୍ରିଜରରେ ରଖି ଦିଅନ୍ତୁ । ଯେତେବେଳେ ଏହି ଜେଲ ବରଫ ହୋଇଯିବ ତାପରେ ତାକୁ ତ୍ୱଚାରେ ଆଇସିଂ କରନ୍ତୁ । ଆପଣ ମୁହଁ ସହିତ ବେକ, ହାତ ଗୋଡରେ ମଧ୍ୟ ଆଇସିଂ କରିପାରିବେ । ଏହାଦ୍ୱାରା ତ୍ୱଚାରେ ଜମିଥିବା ମଇଳା ଦୂର ହେବ, ଟ୍ୟାନିଂ ଏବଂ ସନବର୍ନ କମିବ ।
ଗୋଲାପଜଳ ଆଇସିଂ- ଗୋଲାପଜଳକୁ ଆଇସଟ୍ରେରେ ଢାଳି ଫ୍ରିଜରରେ ରଖିଦିଅନ୍ତୁ । ଯେତେବେଳେ ଏହା ବରଫ ହୋଇଯିବ ତାକୁ ମୁହଁ ଏବଂ ଶରୀରରେ ଆଇସିଂ କରନ୍ତୁ ।ଏହାଦ୍ୱାରା ଥଣ୍ଡା ଅନୁଭୂତ ହେବ ଏବଂ ତ୍ୱଚାରେ ଚମକ ଆସିବ ।