ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ଜିନିଷରେ ଭେଜାଲ ଆସୁଛି । ସିଧା କହିବାକୁ ଗଲେ ଅଧିକ ମାତ୍ରାରେ ଭେଜାଲ ଖାଦ୍ୟରେ ହିଁ ମିଳୁଛି । ଯାହାଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡୁଛି । ଖାଦ୍ୟ-ପେୟ ମାମଲରେ ଲୋକେ ଅଧିକ ସଚେତନ ରହିଥାନ୍ତି । ଶରୀରରେ ପୃଷ୍ଟିସାର କମିଯିବା ଫଳରେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବା ଆରମ୍ଭ ହୋଇଯାଇଥାଏ । କିନ୍ତୁ ଆଜିକାଲିର ଲୋକେ ସ୍ୱାସ୍ଥ୍ୟ ଅପେକ୍ଷା ଖାଦ୍ୟର ସ୍ୱାଦ ଉପରେ ଅଧିକ ଧ୍ୟାନ ରଖୁଛନ୍ତି । ଅତ୍ୟଧିକ ମସଲା ଏବଂ ରାଗ ଯୁକ୍ତ ଖାଦ୍ୟ ଯୋଗୁଁ ଛାତି ଜଳାପୋଡା ହୋଇଥାଏ । ଏହାଦ୍ୱାରା ଅନେକ ଅସୁବିଧା ମଧ୍ୟ ଭୋଗିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ଆରାମ ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।
- ଯଦି ଆପଣଙ୍କ ଛାତି ଜଳା ପୋଡା ହେଉଛି ତେବେ ଏହି ସମୟରେ ବେକିଂ ସୋଡା ବ୍ୟବହାର ଆପଣାଙ୍କ ପାଇଁ ଲାଭଦାୟକ ହେବ । ସେଥିପାଇଁ ଆପଣ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ବେକିଂ ସୋଡା ମିଶାଇ ପିଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଛାତି ଜଳା ପୋଡାରୁ ଆରାମ ମିଳିବ ।
- ସ୍ୱାସ୍ଥ୍ୟ ପାଇଁ ପାନ ମଧୁରୀ ମଧ୍ୟ ଫାଇଦା ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଛାତି ଜଳା ପୋଡାରୁ ଛୁଟ୍ କାରା ପାଇ ପାରିବେ । ସେଥିପାଇଁ ନିୟମିତ ଖାଦ୍ୟ ଖାଇ ସାରିବା ପରେ ୧-୨ ଚାମଚ ପାନ ମଧୁରୀ ସେବନ କରନ୍ତୁ । ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଯିବ ଏବଂ ଛାତି ପୋଡା ବି ହେବ ନାହିଁ ।