ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲବଙ୍ଗ । ଏହା ଦେଖିବାକୁ କଳା ଏବଂ ଛୋଟିଆ ସତ । କିନ୍ତୁ ଏଥିରେ ଅନେକ ଗୁଣ ଭରପୁର ହୋଇ ରହିଛି । ଯକୃତ ଏବଂ ବ୍ଲଡ ସୁଗାର ସ୍ତରରେ ଏହା ସୁଧାର ଆଣିଥାଏ । ଲବଙ୍ଗ ରେ ଫାଇବର, ଭିଟାମିନ୍ ଏବଂ ଖଣିଜ ମିଳିଥାଏ । ସେଥିପାଇଁ ଏହାକୁ ଖାଦ୍ୟରେ ସାମିଲ କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ।
ଲବଙ୍ଗରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ପୁରୁଣା ରୋଗକୁ ବଢାଉଥିବା ଅକ୍ସିଡେଟିଭକୁ କମ କରିଥାଏ ଆଣ୍ଟିଅକ୍ସିଡେଣ୍ଟ । ସେହିପରି ଲବଙ୍ଗରେ ୟୁଜେନାଲ ନାମକ ଏକ ଯୌଗିକ ଥାଏ ଯାହା ଏକ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ରୂପେ କାର୍ଯ୍ୟ କରିଥାଏ ।
ଆଣ୍ଟିଅକ୍ସିଡେଣ୍ଟ ବିଶିଷ୍ଟ ଫଳ ସହିତ ଲବଙ୍ଗ ସେବନ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ରିସର୍ଚ୍ଚ ମୁତାବକ, ଲବଙ୍ଗରେ ଏଭଳି ତତ୍ୱ ମିଳିଥାଏ ଯାହା ଶରୀରକୁ କର୍କଟ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ଟ୍ୟୁମର ବଢିବାରେ ରୋକିଥାଏ ଲବଙ୍ଗ ।
ୠବଙ୍ଗରେ ଆଣ୍ଟିମାଇକ୍ରୋବିୟଲ ଗୁଣ ରହିଛି ଯାହା ବ୍ୟାକ୍ଟେରିଆକୁ ବଢିବାରେ ରୋକିଥାଏ । ଫୁଡ ପଏଜନିଙ୍ଗ କରିବାକୁ ଥିବା ଜୀବାଣୁକୁ ମାରିବାରେ ସହାୟକ ହୋଇଥାଏ ଲବଙ୍ଗ ତେଲ । ଏହାସହିତ ଗବେଷଣାରୁ ଜାଣିବାକୁ ମିଳିଛି କି, ଲବଙ୍ଗରୁ ମିଳୁଥିବା ୟୁଜେନାଲ ଯକୃତ ଫକ୍ସନକୁ ସୁଧାରିଥାଏ, ଇଂଫ୍ଲେମେଶନ ଏବଂ ଅକ୍ସିଡେଟିଭ ଚିନ୍ତାକୁ କମ କରିଥାଏ । ସେହିପରି ହାଡ ମଜବୁତ କରିଥାଏ ଲବଙ୍ଗ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଗୋଟେ ସପ୍ତାହ ପର୍ଯ୍ୟନ୍ତ ଲବଙ୍ଗ ସେବନ କରିବା ଦ୍ୱାରା ଗ୍ଲୁଟାଥିୟନ-ଏସ-ଟ୍ରାନ୍ସଫରେସ ଏନଜାଇମ ର ସ୍ତରରେ ହ୍ରାସ ଘଟିଥାଏ ଏବଂ ଯକୃତକୁ ମଜବୁତ କରିଥାଏ ।