ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ଏକ ସାଧାରଣ ରୋଗ ପାଲଟି ଗଲାଣି । ଏବେକାର ଜୀବନ ପ୍ରଣାଳୀ ଏହାର ପ୍ରମୁଖ ସମସ୍ୟା ଅଟେ । ଏହି ରୋଗର ଚିକିତ୍ସା କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧର ଖାଇଥାନ୍ତି କିନ୍ତୁ ଏହି ଔଷଦ ଖାଇବା ଦ୍ୱାରା ଆମ ଶରୀରକୁ ଆହୁରି ଅନେକ କ୍ଷତି ମଧ୍ୟ ପହଞ୍ଚିଥାଏ । ଏଣୁ ଉଚ୍ଚ ରକ୍ତ ଚାପ ଜନୀତ ରୋଗରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର କରିବା ଆବଶ୍ୟକ । କେବଳ ଯେ ଏହି ଘରୋଇ ଉପଚାରରୁ ଉଚ୍ଚ ରକ୍ତ ଚାପ ଜନିତ ରୋଗରୁ ରକ୍ଷା ପାଇପାରି ହେବ ତାହା ନୁହେଁ ବଡ ବଡ ରୋଗର ମଧ୍ୟ ଉପଚାର କରି ହେବ । ତେବେ ଆସନ୍ତୁ ଜାଣିବା କେଉଁ ଘରୋଇ ଉପଚାର ଦ୍ୱାରା ଉଚ୍ଚରକ୍ତ ଚାପରୁ ରକ୍ଷା ପାଇପାରି ହେବ ।
ରସୁଣ – ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାର ଠିକ୍ ହୋଇଥାଏ । ଅଧିକ ରସୁଣ ଖାଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ । ହେଲେ ରସୁଣକୁ ରାନ୍ଧି କରି ଖାଇବା ଉଚିତ ନୁହେଁ କାରଣ ଏଥିରେ ଥିବା କିଛି ପୋଷକ ତତ୍ୱ ମରିଯାଇଥାଏ । ତେଣୁ ରସୁଣକୁ ନରାନ୍ଧି ପାଣି ସହିତ ଖାଆନ୍ତୁ ।
ଗୋଲମରିଚ – ଯଦି ଆପଣଙ୍କର ଅଚାନକ ରକ୍ତଚାପ ବଢି ଯାଉଛି ତେବେ ଅଧା ଗ୍ଲାସ ପାଣିରେ କିଛି ଗୋଲମରିଚ ମିଶାଇ ପିଇଦିଅନ୍ତୁ ଏହା ସଙ୍ଗେସଙ୍ଗେ ଆପଣଙ୍କର ରକ୍ତଚାପକୁ କମାଇ ଦେବା ସହ ଆପଣଙ୍କୁ ଆରାମ ଦେବ । ଏହାଛଡା ଯଦି ଆପଣ ନିୟମିତ ରୂପେ ଗୋଲମରିଚ ଖାଉଛନ୍ତି ତେବେ ଏହା ବଡବଡ ରୋଗରୁ ଆପଣକୁ ରକ୍ଷା କରିବ । ଗୋଲମରିଚ ପେଟ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଦାନ୍ତ ଜନିତ ସମସ୍ୟା ହେଉଥିଲେ ଗୋଲମରିଚରୁ ମଧ୍ୟ ଆରାମ ମିଳିଥାଏ ।
ପିଆଜ – ପିଆଜରୁ ଫାଇଦା ମିଳିଥାଏ ବୋଲି ସମସ୍ତେ ଜାଣିଥିବେ ହେଲେ ସେହି ପିଆଜରୁ ମଧ୍ୟ ରକ୍ତଚାପ ଜନିତ ସମସ୍ୟାରୁ ରକ୍ଷା ମିଳିଥାଏ ବୋଲି ଆପଣ ଜାଣିଥିଲେ କି । ପିଆଜ ଅଧିକ ପରିମାଣରେ ଖାଇଲେ ଏହା ରକ୍ତ ବାହିକାକୁ ପତଳା କରିଥାଏ । ଏହି କାରଣ ଯୋଗୁଁ ରକ୍ତ ଚାପ କମ ହୋଇଯାଇଥାଏ ।
ଅଁଳା – ସେହିଭଳି ଅଁଳା ଖାଇବା ଦ୍ୱାରା ମଧ୍ୟ ରକ୍ତଚାପ ନିୟନ୍ତ୍ରଣ କରାଯିବା ସହ ଆହୁରି ଅନେକ ରୋଗରୁ ମଧ୍ୟ ରକ୍ଷାପାଇପାରି ହେବ । ଖାଲି ଅଁଳା ହେଉ କି ଅଁଳାର ପାଉଡର ହେଉ ଯଦି ପାଣିରେ ମିଶାଇ ପିଇବେ ତେବେ ଏହା ଦେଇଥାଏ ଅନେକ ଫାଇଦା । ଏହା ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାର ଠିକ ରହିଥାଏ । ଆପଣ ଏହାକୁ ନିଜ ଡାଇଟରେ ସାମିଲ ମଧ୍ୟ କରି ପାରିବେ ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024