ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୬ ଡିସେମ୍ବର ୨୦୧୨ । ଆଜି ବି ଏହି କାଳ ତାରିଖ କଥା ମନେ ପଡିଲେ, ଲୋମ ମୂଳ ଟାଙ୍କୁରି ଉଠୁଛି । ଆଉ ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । କାରଣ ଏହି ଦିନ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳରେ ନିରୀହ ନିର୍ଭୟା ଗଣଦୁର୍ଷ୍କମର ଶିକାର ହୋଇଥିଲା । ଏହାପରେ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ଏବଂ ଝିଅକୁ ନ୍ୟାୟ ଦେବା ପାଇଁ ତାଙ୍କ ପରିବାର ବ୍ୟତିତ ଦେଶବାସୀ ଦାବି କରିଚାଲିଛନ୍ତି ।
ଏନେଇ ନିର୍ଭୟାର ମା’ କହିଛନ୍ତି କି, ଭଗବାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି, କିନ୍ତୁ ମୁଁ ଚାହୁଁଛି କି ମୋ ଝିଅକୁ ଦୁଷ୍କର୍ମ କରିଥିବା ଦୋଷୀକୁ ନିର୍ଦ୍ଧାରିତ ସମୟରେ ଫାସୀ ଦିଆଯାଉ । ଯାହାଦ୍ୱାରା ମୋ ଝିଅ ବହୁତ ଶୀଘ୍ର ନ୍ୟାୟ ପାଇ ପାରିବ । ଡିସେମ୍ବର ୧୬, ୨୦୧୨ ରେ ଦିଲ୍ଲୀ ସହର ମୋଠାରୁ ମୋ ଝିଅକୁ ଛଡାଇ ନେଇଥିଲା । ତାକୁ ନ୍ୟାୟ ଦେବା ପାଇଁ ମୁଁ ମୋ ଲଢେଇ ଜାରି ରଖିବି ।