ଝାଡଖଣ୍ଡ( ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ୪ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଆଜି ଝାଡଖଣ୍ଡରେ ନିର୍ବାଚନ ପ୍ରଚାରରେ ଯୋଗ ଦେବା ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆଗାମୀ ୪ ମାସ ମଧ୍ୟରେ ଅଯୋଧ୍ୟାରେ ଆକାଶଛୁଆଁ ରାମ ମନ୍ଦିର ନିର୍ମାଣ କରାଯିବ ।
ସେହିଭଳି ଝାଡଖଣ୍ଡରେ ମଧ୍ୟ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ ମୁଖ୍ୟମନ୍ତ୍ରୀ କରିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । ସୂଚନାଯୋଗ୍ୟ ଏହି ନିକଟରେ ଦୀର୍ଘବର୍ଷ ହେଲା ଲାଗି ରହିଥିବା ବିବାଦରେ ସୁପ୍ରିମକୋର୍ଟ ନିଜର ରାୟ ଦେଇଛନ୍ତି । ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ ଓ ମସଜିତ ପାଇଁ ସରକାର ୫ କିଲୋମିଟର ଭିତରେ ୫ ଏକର ଜମି ଯୋଗାଇଦେବାକୁ ନିର୍ଦେଶ ଦେଇଥିଲେ ।