ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର-ଭାରତରେ ହାଡ ଭଙ୍ଗା ଶୀତ ଆରମ୍ଭ ହୋଇ ଯାଇଛି । ଏହାସହିତ ଜାମ୍ମୁ-କାଶ୍ମୀର ତୁଷାର ପାତ ଜାରି ରହିଛି । ଇତି ମଧ୍ୟରେ ମାତା ବୈଷ୍ଣବ ଦେବୀ ମନ୍ଦିର ବରଫ ଚାଦର ତଳେ ଢାଙ୍କି ହୋଇଯାଇଛି । ଖରାପ ମୌସୁମୀ ଯୋଗୁଁ ଦେଶରେ ଥିବା ୭ ରୁ ଅଧିକ ରାଜ୍ୟ ରେ ସ୍କୁଲ କଲେଜ ବନ୍ଦ କରାଯାଇଛି ।
ଏବେ ଜାମ୍ମୁ-କାଶ୍ମୀରରେ ପ୍ରବଳ ତୁଷାର-ପାତ ଜାରି ରହିଛି । ପାହଡ ଉପରେ ଥିବା ମାତା ବୈଷ୍ଣବ ଦେବୀଙ୍କ ମନ୍ଦିରର ଦୃଶ୍ୟ ଲୋକଙ୍କୁ ଆକର୍ଷିତ କରୁଛି । ଧଳା ବରଫ ଚାଦରରେ ଢାଙ୍କି ହୋଇଥିବା ମନ୍ଦିରର ସୁନ୍ଦର ଦୃଶ୍ୟ ଭକ୍ତଙ୍କୁ ମନ୍ଦିର ଆଡକୁ ଟାଣି ନେଉଛି ।
Country’s major hilltop shrine #VaishnoDevi saw season’s first snowfall a day before yesterday. The helicopter service to the pilgrim site had to be suspended following the snowfall. https://t.co/LoFuOBBXRv
— SkymetWeather (@SkymetWeather) December 14, 2019
ପାହାଡିଆ ଅଞ୍ଚଳ ତଥା ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି । ପ୍ରଶାସନ ପକ୍ଷରୁ ଉତ୍ତର ଭାରତ ଉତ୍ତର ଭାରତର ଅନେକ ସ୍କୁଲ ଏବଂ କଲେଜକୁ ଛୁଟି ଘୋଷଣା କରାଯାଇଛି । ସେହିପରି ମଙ୍ଗଳବାର ସକାଳୁ ଦିଲ୍ଲୀରେ ଘନ କୁହୁଡି ଦୃଶ୍ୟ ଦେଖିବାକୁ ମିଳିଛି ।