ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ଆଜି ନବରାତ୍ରୀର ସପ୍ତମୀ ତିଥି । ଯାହାକୁ ମହାସପ୍ତମୀ ବୋଲି କୁହାଯାଏ । ଆଜିର ଦିନରେ ମା ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ପୂଜା କରିବାର ବିଧି ରହିଛି । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିବେ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । ତାଙ୍କ ପୂଜାରେ ଭୟ ଏବଂ ରୋଗ ନାଶ ହୋଇଥାଏ । ଏହାସହିତ ଭୂତ , ପ୍ରେତ, ଅକାଳ ମୃତ୍ୟୁ , ରୋଗ, ଶୋକ ଆଦି ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ।
ମାତା କାଳରାତ୍ରୀଙ୍କ ଶରୀର ଅନ୍ଧକାର ଭଳି । ତାଙ୍କ ନିଶ୍ୱାସରୁ ଅଗ୍ନି ନିର୍ଗତ ହୋଇଥାଏ । ମାଙ୍କ କେଶ ଲମ୍ବା ଏବଂ ବେକରେ ମାଳା ବିଜୁଳି ଭଳି ଚମକିଥାଏ । ମାଙ୍କ ତିନୋଟି ନେତ୍ର ରହିଛି । ଯାହା ବ୍ରହ୍ମାଣ୍ଡ ଭଳି ବିଶାଳ ଏବଂ ଗୋଲ । ସେହିପରି ମାଙ୍କର ଚାରୋଟି ହସ୍ତ ରହିଛି ।