ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଜୋର୍ ସୋରରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳୀ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜି କେନ୍ଦ୍ର ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ଯଦି କେନ୍ଦ୍ର ସରକାର ରାଜ୍ୟରେ ଏନଆରସି ଏବଂ ସିଏଏ ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ମୋ ମର ଶରୀର ଦେଇ ଯିବାକୁ ପଡିବ ।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଉପଦେଶକୁ ମମତା ବାନାର୍ଜି ଅଣଦେଖା କରି ସଂଶୋଧିତ ନାଗରିକତା ଆଇନ ବିରୋଧରେ ରାଲି ବାହାର କରିଛନ୍ତି ଏବଂ କେନ୍ଦ୍ରସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ମମତା ବାନାର୍ଜି ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଯିଏ ନୂତନ ନାଗରିକତା ଆଇନକ ଖୁବ୍ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ମମତା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେପର୍ଯ୍ୟନ୍ତ ଏନଆରସି ଏବଂ ନାଗରିକତା ସଂଶୋଧନ ଆଇନ କଦାପି ଲାଗୁ କରାଇ ଦେବି ନାହିଁ । ଆପଣ ଚାହିଁଲେ ମୋତେ କାଠ ଘେରାକୁ ନେଇ ପାରନ୍ତି । କିନ୍ତୁ ମୁଁ ଏହି କଳା ଆଇନ ଲାଗୁ କରିବି ନାହିଁ । ଯେଉଁ ପର୍ଯ୍ୟନ୍ତ ଏହି ଆଇନ ଖାରଜ କରାଯାଇ ନାହିଁ, ମୁଁ ସେପର୍ଯ୍ୟନ୍ତ ସାମ୍ବିଧାନିକ ଉପାୟରେ ବିରୋଧ ପ୍ରଦର୍ଶନ ଜାରି ରଖିବି । ଏହାପରେ ଯଦି କେନ୍ଦ୍ରସରକାର ଏହି ଆଇନ ଲାଗୁ କରିବାକୁ ଚାହିଁବେ, ତେବେ ତାଙ୍କୁ ମୋର ମର ଶରୀର ଉପରେ ଏଭଳି କରିବାକୁ ପଡିବ ।